ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ହାତ ଉଠାଇବା ମାମଲାରେ ଏସ୍ଡିଏମ୍ ନିଲମ୍ବିତ
ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି ହେବା ମାମଲା ଆଉ ପାଦେ ଆଗକୁ ବଢ଼ିଛି। ତଦନ୍ତ ପରେ ନିଲମ୍ବିତ ହୋଇଛନ୍ତି ପ୍ରଶାସନିକ ଅଧିକାରୀ।
କ୍ଲିପ୍ଟିରେ ଶର୍ମା ଜଣେ କର୍ମଚାରୀଙ୍କୁ ଚାପୁଡ଼ା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯିଏକି ତାଙ୍କ ଗାଡ଼ି ଆଗ ଥୁଆ ହୋଇଥିବା ସତ୍ତ୍ବେ ଅନ୍ୟ ଜଣେ ଗ୍ରାହକଙ୍କ ଗାଡ଼ିରେ ତେଲ ପକାଇଥିଲେ। ଏହି ଘଟଣା ପରେ ପେଟ୍ରୋଲ ପମ୍ପ କର୍ମଚାରୀମାନେ ଶର୍ମାଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଏପଟେ ଶର୍ମାଙ୍କ ଦ୍ବିତୀୟ ପତ୍ନୀ ଅଭିଯୋଗ ଆଣିଥିଲେ ଯେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କୁ ଆଖି ମାରିବାରୁ ରାଗି ଯାଇଥିଲେ ଶର୍ମା। ଫଳରେ ଯୁକ୍ତିତର୍କ ହେବାରୁ କର୍ମଚାରୀ ତାଙ୍କ ଗାଡ଼ିରେ ତେଲ ପକାଇ ନଥିଲେ। ମାତ୍ର ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଛି ଯେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ଆଖି ମାରିନଥିଲେ। ମିଛ ଅଭିଯୋଗ ଆଣିଥିଲେ ଏସ୍ଡିଏମ୍ଙ୍କ ପତ୍ନୀ ଦୀପିକା ବ୍ୟାସ।