ହର୍ଷ ସାଂଘବୀ ହେଲେ ଉପମୁଖ୍ୟମନ୍ତ୍ରୀ, ରିବାବା ଜାଦେଜାଙ୍କ ସମେତ ୧୯ ନୂଆ ମନ୍ତ୍ରୀ ନେଲେ ଶପଥ
ମୁଖ୍ୟମନ୍ତ୍ରୀ ପୁରୁଣା। ଟିମ୍ ନୂଆ। ହର୍ଷ ସାଂଘବୀ ହେଲେ ଉପମୁଖ୍ୟମନ୍ତ୍ରୀ। ରିବାବା ଜାଦେଜାଙ୍କ ସମେତ ୧୯ଜଣ ନୂଆ ମନ୍ତ୍ରୀ ନେଲେ ଶପଥ। ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇଛି।। ଗୁଜରାଟରେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।
ଆହୁରି ପଢ଼ନ୍ତୁ: ଆମେ ଏକା ସାଙ୍ଗରେ ଆଫ୍ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ଖ୍ୱାଜା ଆସିଫ୍
ଏହା ନୂତନ କ୍ୟାବିନେଟରେ ହର୍ଷ ସାଂଘଭି ଗୁଜରାଟର ନୂତନ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ଜିତେନ୍ଦ୍ର ବାଘାନି ଏବଂ ଅର୍ଜୁନ ମୋଢ଼ୱାଡିଆ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନୂତନ ଗୁଜରାଟ କ୍ୟାବିନେଟରେ ମୋଟ ୨୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ୬ଜଣ ପୁରୁଣା ଚେହେରାଙ୍କୁ ନୂତନ କ୍ୟାବିନେଟରେ ସାମିଲ କରାଯାଇଛି।