ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାର ନିଷ୍ପତ୍ତି ବିଧାୟକ ଦଳ ନେବେ । ପାଟନାରେ ‘ପଞ୍ଚାୟତ ଆଜତକ-ବିହାର’ର ମଞ୍ଚରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା ସ୍ପଷ୍ଟ କରିଛନ୍ତି।
ଏନଡିଏ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ? ଏ ପ୍ରଶ୍ନର ଉତ୍ତର ଦେଇ ଅମିତ ଶାହ ସ୍ପଷ୍ଟ ଭାବରେ କହିଥିଲେ ଯେ, “କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ନେବାକୁ ମୁଁ କିଏ? ଏତେ ସଂଖ୍ୟକ ଦଳକୁ ନେଇ ମେଣ୍ଟ ତିଆରି ହୋଇଛି। ନିର୍ବାଚନ ପରେ, ଯେତେବେଳେ ଆମେ ଏକାଠି ବସିବୁ, ଆମେ ଆମର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରିବୁ। ବର୍ତ୍ତମାନ, ଆମେ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଛୁ ଏବଂ ନୀତିଶ କୁମାର ଆମର ନିର୍ବାଚନର ନେତୃତ୍ୱ ନେଉଛନ୍ତି।”
‘ଆମର ଏବେ ବି ଅଧିକ MLA ଥାଇ ବି ନୀତିଶ CM ଅଛନ୍ତି’
ଯେତେବେଳେ ତାଙ୍କୁ ପଚରାଗଲା ଯେ, ଯଦି ବିଜେପି ପାଖରେ ଅଧିକ ବିଧାୟକ ଥାଆନ୍ତେ ତେବେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ କି? ଉତ୍ତରରେ ଅମିତ ଶାହ କହିଥିଲେ, “ଆମର ଏବେ ବି ଅଧିକ ବିଧାୟକ ଅଛନ୍ତି। ଏହା ସତ୍ତ୍ବେ ବି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି।”

