ରେମୁଣାରେ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମ୍ ପାଇଁ ବିଧାୟକଙ୍କ ସ୍ଥାନ ପରିଦର୍ଶନ
ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ରେମୁଣା ଅଚ୍ୟୁତପୁର ଠାରେ ହେବାକୁ ଥିବା ୬.୭୪ କୋଟି ଟଙ୍କାର ଇଣ୍ଡୋର ଷ୍ଟାଡିୟମ୍ ପାଇଁ ସ୍ଥାନ ପରିଦର୍ଶନ କରିଥିଲେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ। ଏହି ଅବସରରେ ପି.ଡବ୍ଲୁ.ଡ଼ି.-୧ ଏସ.ଇ., ଏସ୍.ଡି.ଓ., ଜେ.ଇ., ରେମୁଣା ଏନ.ଏ.ସି. ଏକଜିକ୍ୟୁଟିଭ ଅଫିସର, ରେମୁଣା ତହସିଲଦାର, ଅର୍.ଆଇ., ଜିଲ୍ଲା କ୍ରୀଡ଼ା ଅଧିକାରୀ, ସ୍ଥାନୀୟ କାଉନସିଲର ଏବଂ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ତଥା ଗ୍ରାମବାସୀଙ୍କ ଉପସ୍ଥିତ ଥିଲେ।

ଅନ୍ୟ ପକ୍ଷରେ ୯୦ ଲକ୍ଷ ଟଙ୍କାର ସ୍ମାର୍ଟ ପାର୍କ, ୧ କୋଟି ଟଙ୍କାର ଶ୍ମସାନ ଏବଂ ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ରେମୁଣା ହେବାକୁ ଥିବା ମାଛ ମାର୍କେଟ କାର୍ଯ୍ୟ କିପରି ଖୁବ୍ ଶୀଘ୍ର ଆରମ୍ଭ ହେବ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଥି ସହିତ ରେମୁଣା ମାଛ ମାର୍କେଟ ପାଇଁ ବିଭିନ୍ନ ସମୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ରେମୁଣା ବସ ଷ୍ଟାଣ୍ଡ ସମ୍ମୁଖରେ ଥିବା ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ନିମନ୍ତେ ନିଷ୍ପତି ମଧ୍ୟ ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଏନ.ଏ.ସି. ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ଏନ.ଏ.ସି ବିଧାୟକ ପ୍ରତିନିଧି ଗିରିଧାରୀ ଦାସ, କାଉନସିଲର ଶିବୁନ ରୟ, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ହେମଲତା ସେଠୀ, ମିନାକ୍ଷୀ ବେହେରା, ଜୟନ୍ତ ମଣ୍ଡଳ ଇତ୍ୟାଦି ଉପସ୍ଥିତ ଥିଲେ।