ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ୨କୋଟି ୭୧ ଲକ୍ଷ ଟଙ୍କାର ଟିଆଖିଆ ଯସିପୁର ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଲେ ବିଧାୟକ ମାନସ କୁମାର ଦତ୍ତ ;
ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଟିଆଖିଆ ଯସିପୁର ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨କୋଟି ୭୦ହଜାର ୯୦ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଜାତୀୟ ରାଜପଥ ୬୦ରୁ ଟିଆଖିଆ ଯସିପୁର (କାଟୁ ଛକରୁ ତାଳବରେଇ ପର୍ଯ୍ୟନ୍ତ) ରାସ୍ତା ଉନ୍ନତିକରଣ ହେବ। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇ ପ୍ରକଳ୍ପର ଶୁଭ ଦେଇଥିଲେ ।

ଗ୍ରାମାଞ୍ଚଳକୁ ସହର ସହିତ ଯୋଡ଼ିବା ଲକ୍ଷ୍ୟରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ବାଲେଶ୍ଵର ସହର ଉପକଣ୍ଠ ବୁଢ଼ାବଳଙ୍ଗ ନଦୀକୂଳିଆ ଏକାଧିକ ପଂଚାୟତର ଲକ୍ଷାଧିକ ଲୋକ ଏହି ରାସ୍ତାର ଉନ୍ନତି ଦ୍ବାରା ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ।

ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ଲୋକଙ୍କ ଆଶା ମୁତାବକ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ମାମୁନୀ ହାତୀ, ଗୋରାଚାନ୍ଦ ମଣ୍ଡଳ, ରବୀନ୍ଦ୍ର ମାନ୍ନା, ଅନିଲ ପାତ୍ର, ଅମଲ ପ୍ରଧାନ, ରାଜୀବ କର, ବାବୁଲାଲ ସିଂ, ସଂଯୁକ୍ତା ଦାସ, ଦେବୁ ମହାନ୍ତି, ବିପିନ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।