ରାଜ୍ୟ

ମ୍ୟାଚ୍ ଜିତି ଗୌତମ ଗମ୍ଭୀରଙ୍କୁ ଜନ୍ମଦିନର ଉପହାର ଦେଲା ଟିମ୍ ଇଣ୍ଡିଆ

Spread the love

ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଜିତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ବଡ଼ ଉପହାର ଦେଲା ଟିମ୍ ଇଣ୍ଡିଆ। ଆଜି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନରେ ଭାରତ ଟେଷ୍ଟ ମ୍ୟାଚ୍ ଜିତି ତାଙ୍କୁ ଜନ୍ମଦିନର ଉପହାର ଦେଇଛି। ପ୍ରଶିକ୍ଷକ ଭାବରେ ଏହା ଗମ୍ଭୀରଙ୍କର ପ୍ରଥମ ଟେଷ୍ଟ ସିରିଜ ବିଜୟ। ପୂର୍ବରୁ ଇଂଲଣ୍ଡ ବିପକ୍ଷ ସିରିଜ୍ ୨-୨ରେ ଡ୍ର ରହିଥିଲା। ଜନ୍ମଦିନ ଭଳି ଦିନରେ ଟିମ୍ ପକ୍ଷରୁ ଏଭଳି ଉପହାର ପାଇଁ ଗୌତମ ଖୁସିରେ ଝୁମିଥିବା ଦେଖାଯାଇଥିଲା।ତେବେ ଆଜି ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜକୁ ୭ୱିକେଟରେ ପରାସ୍ତ କରିଥିଲା। ଶତକଧାରୀ ଯଶସ୍ୱୀ ଜୟସୱାଲ, ଅଧିନାୟକ ଶୁଭମନ ଗିଲ୍ ଏବଂ ମ୍ୟାଚରେ ୮ୱିକେଟ୍ ନେଇଥିବା କୁଲଦୀପ ଯାଦବଙ୍କ ପ୍ରଦର୍ଶନ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୫୧୮/୫ ରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଓପନର୍ ଯଶସ୍ୱୀ ଜୟସୱାଲ ୧୭୫ରନ୍ କରିଥିଲେ ଏବଂ ଅଧିନାୟକ ଶୁଭମନ ଗିଲ୍ ୧୨୯ ରନ୍ କରି ଦଳକୁ ବିୟ ପଥରେ ନେଇଯାଇଥିଲେ। ଏହି ବିଜୟ ସହିତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହା ସହିତ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା।

Leave a Reply

Your email address will not be published. Required fields are marked *