ରାଜ୍ୟ

କଳିଙ୍ଗା ଘାଟି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଞ୍ଜନଗର ବିଧାୟକ

Spread the love

ଭଞ୍ଜନଗର/ଘୁ.ଉଦୟଗିରି: କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିବା ପରଠାରୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି। କେବେ ସ୍ଥିତିରେ ସୁଧାର ଆସିବ କେହି ମଧ୍ୟ ସ୍ପଷ୍ଟ କହି ପାରୁନଥିବା ବେ‌ଳେ କନ୍ଧମାାଳ ଓ ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିର ଉଭୟ ପାର୍ଶ୍ବରେ ରହୁଥିବା ଲୋକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି। ତେଣୁ ଶୁକ୍ରବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏସଂକ୍ରାନ୍ତରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଭୂସ୍ଖଳନ ସ୍ଥାନରେ ମରାମତି କାର୍ଯ୍ୟ ଯଥା ସମ୍ଭବ ଶୀଘ୍ର ସାରିବା ସହ ଘାଟିର ଉଭୟ ପଟକୁ ସଂଯୋଗ କରିବା ନେଇ ଏକ ବିକଳ୍ପ ରାସ୍ତା ସଂର୍ପକରେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ରାସ୍ତା କାମ କିଭଳି ଖୁବ ଶୀଘ୍ର ହେବ ‌ଏବଂ ବିକଳ୍ପ ରାସ୍ତା ସଂର୍ପକରେ ମଧ୍ୟ ବିଚାରକୁ ନେଇଥିବା ଜଣାପଡିଛି। 

ଉଭୟ ଗଂଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରିବାରେ ଏହି ଘାଟି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ସଂପୂର୍ଣ୍ଣ କଳିଙ୍ଗା ଘାଟିର ମରାମତି ସହିତ ବିକଳ୍ପ ବାଇପାସ୍ ରାସ୍ତା କରିବା ଏବଂ ଜାତୀୟ ରାଜପଥ ବିଭାଗର ସ୍ଵତନ୍ତ୍ର ଏକ ଅଭିଜ୍ଞ ଦକ୍ଷ ବୈଷୟିକ ବିଶେଷଜ୍ଞ ଦଳକୁ କଳିଙ୍ଗା ଘାଟିର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଉଭୟ ଜିଲ୍ଲାର ସୀମାବର୍ତ୍ତି ଇଲକାର ଲୋକ ମାନେ ଗୁରୁବାର ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଥିଲେ। ଆଜି ବିଧାୟକ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆର୍କଷଣ କରିଥିବାରୁ ସେମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।    

Leave a Reply

Your email address will not be published. Required fields are marked *