ଖେଳ ହେଲା କାଳ: ଗ୍ରୀଲରେ ଚଢ଼ିଥିବା ବେଳେ ଛାତ୍ର ହାତରେ ପଶିଗଲା ଲୁହାରଡ଼
ଭୁବନେଶ୍ବର: ଖେଳ ହେଲା କାଳ । ଲୁହା ଗ୍ରୀଲରେ ଚଢ଼ି ଖେଳିବା ପଡିଲା ପିଲା ପାଇଁ ମହଙ୍ଗା । ଲୁହାଗ୍ରୀଲରେ ଚଢିଥିବା ବେଳେ ଘଟିଲା ଅଘଟଣ । ୯ ବର୍ଷର ଛାତ୍ର ହାତରେ ପଶିଗଲା ଲୁହାରଡ଼। ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରୁ ଆସିଲା ଖବର ତେବେ ବଡ଼ଗଡ଼ ଅଞ୍ଚଳର ଶେଖ ମୁକତାର ବଡ଼ଗଡ଼ ସ୍କୁଲ ପାଚେରୀ ପାଖ ଲୁହା ଗ୍ରୀଲରେ ଚଢ଼ି ସାଙ୍ଗ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ହାତରେ ଲୁହା ରଡ ପଶିଯାଇଛି । ଘଟଣାସ୍ଥଳରେ ବଡଗଡ଼ ପୋଲିସ , ଅଗ୍ନିଶମ ବାହିନୀ ପହଞ୍ଚି ଲୁହାରଡ଼କୁ କାଟି ନାବାଳକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି ।