ରାଜ୍ୟ

ଓଡ଼ିଶାର ଅନେକ ଉପାନ୍ତ ଅଞ୍ଚଳରେ କେବଳ ‘ସମ୍ବାଦ’ ହିଁ ପହଞ୍ଚି ଥାଏ: ତନୟା ପଟ୍ଟନାୟକ

Spread the love

ଭୁବନେଶ୍ବର: ଓଡ଼ିଶାର ଅନେକ ଉପାନ୍ତ ଅଞ୍ଚଳ ରହିଛି, ଯେଉଁଠାରେ କେବଳ ସମ୍ବାଦ ହିଁ ପହଞ୍ଚି ପାରିଥାଏ। ରାତିରେ ହେଉ କି ଦିନରେ ହେଉ ଆଉ କୌଣସି ଖବରକାଗଜ ପହଞ୍ଚି ପାରେ ନାହିଁ। ସେଇଟା ମୋତେ ବହୁତ ଖୁସି ଦେଇଥାଏ। ଦୈନିକ ‘ସମ୍ବାଦ’ର ୪୧ତମ ବାର୍ଷିକ ଉତ୍ସବରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ଏହା କହିଛନ୍ତି।

ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଭବ୍ୟ ସମାରୋହରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି, ରକ୍ତଦାନ ଏକ ମହତ କାର୍ଯ୍ୟ। କେବଳ ଖବରକାଗଜ ଓ ବିଜ୍ଞାପନରେ ସୀମିତ ନରଖି ଆମେ ତୃଣମୂଳ ସ୍ତରକୁ ଯାଇ ସବୁ ଜାଗାରେ ଓ ସବୁ ବ୍ଲକରେ ରକ୍ତଦାନ ଶିବିର କରୁଛୁ। ଗତ ଦୁଇ ଦଶନ୍ଧି ହେବ ୯ଲକ୍ଷରୁ ଅଧିକ ୟୁନିଟ୍‌ ରକ୍ତ ସମ୍ବାଦ ଓ ଆମ ଓଡ଼ିଶା ତରଫରୁ ସଂଗ୍ରହ କରାଯାଇଛି।

Leave a Reply

Your email address will not be published. Required fields are marked *