ରାଜ୍ୟ

ସର୍ଦ୍ଦାର ଘର ଭିତରୁ ୫୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କଣ୍ଟାବାଞ୍ଜି ପୁଲିସ

Spread the love

କଣ୍ଟାବାଞ୍ଜି: ବେଆଇନ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ରାଜ୍ୟ ବାହାରକୁ ଦାଦନ ଚାଲାଣ ହେବା ପୂର୍ବରୁ ମାଡ଼ି ବସିଲା କଣ୍ଟାବାଞ୍ଜି ପୁଲିସ । ସହରର ଜଣେ ଦାଦନ ସର୍ଦ୍ଦାର ଘର ଭିତରୁ ୫୫ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ସର୍ଦ୍ଦାର ଜଣକ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକମାନଙ୍କୁ ନିଜ ଘରେ ରଖିଥିଲା। ପୁଲିସ କୌଣସି ପ୍ରକାରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି।  ଶ୍ରମିକ ମାନେ ନୂଆପଡା ଜିଲ୍ଲାବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡିଛି। କାଗଜପତ୍ର ଯାଞ୍ଚ  କରୁଛି କଣ୍ଟାବାଞ୍ଜି ପୁଲିସ । ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଶ୍ରମିକ, ୧୬ ଜଣ ମହିଳା ଓ ୧୪ ଛୋଟ ପିଲା ଥିବା ଜଣାପଡିଛି ।

ବେଆଇନ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ରାଜ୍ୟ ବାହାରକୁ ଦାଦନ ଚାଲାଣ ହେବା ପୂର୍ବରୁ ମାଡ଼ି ବସିଲା କଣ୍ଟାବାଞ୍ଜି ପୁଲିସ । ସହରର ଜଣେ ଦାଦନ ସର୍ଦ୍ଦାର ଘର ଭିତରୁ ୫୫ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ସର୍ଦ୍ଦାର ଜଣକ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକମାନଙ୍କୁ ନିଜ ଘରେ ରଖିଥିଲା। ପୁଲିସ କୌଣସି ପ୍ରକାରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି।  ଶ୍ରମିକ ମାନେ ନୂଆପଡା ଜିଲ୍ଲା, ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡିଛି। କାଗଜପତ୍ର ଯାଞ୍ଚ  କରୁଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଶ୍ରମିକ, ୧୬ ଜଣ ମହିଳା ଓ ୧୪ ଛୋଟ ପିଲା ଥିବା ଜଣାପଡିଛି ।

ବଲାଙ୍ଗୀର ଅତିରିକ୍ତ ଏସ୍ପି ଆଲୋକ ଜେନାଙ୍କ ଉପସ୍ଥିତିରେ ହୋଇଥିବା ଏହି ଦାଦନ ଶ୍ରମିକ ଉଦ୍ଧାର କାମରେ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ, ଏସଡିପିଓ ଲଷ୍ମୀ ନାରାୟଣ ମାରାଣ୍ଡି ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।ଦାଦନ ଶ୍ରମିକ ମାନଙ୍କ କାଗଜପତ୍ର ଯାଞ୍ଚ ହେଉଥିବା ବେଳେ ବଲାଙ୍ଗୀରରୁ ଶ୍ରମିକ କାର୍ଯ୍ୟାଳୟରୁ ମଧ୍ୟ ଅଧିକାରୀମାନେ ଆସି ଏହାର ତଦାରଖ କରୁଥିବା ଜଣାପଡିଛି। କାଗଜପତ୍ର ଯାଞ୍ଚ ପରେ ସମସ୍ତ ଦାଦନ ଶ୍ରମିକମାନଙ୍କୁ ଛାଡି ଦିଆଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ ଥିବା ଦାଦନ ସର୍ଦ୍ଦାରଙ୍କ ନାଁରେ ଏକ ମାମଲା ରୁଜୁ କରି ପୁଲିସ ଖୋଜୁଥିବା ମଧ୍ୟ ଜଣାପଡିଛି।

Leave a Reply

Your email address will not be published. Required fields are marked *