ମୁଖ୍ୟ ଖବରରାଜ୍ୟ

ସାରା ଭାରତରେ ୫ ଟି ସ୍ଥାନରେ NIELIT (National Institute of Electronics & Information Technology କେନ୍ଦ୍ରର ଶୁଭ ଉଦ୍ଘାଟନ ମାନ୍ୟବର Railways, Information & Broadcasting and Electronics & IT ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ

Spread the love

ସାରା ଭାରତରେ ୫ ଟି ସ୍ଥାନରେ NIELIT (National Institute of Electronics & Information Technology କେନ୍ଦ୍ରର ଶୁଭ ଉଦ୍ଘାଟନ ମାନ୍ୟବର Railways, Information & Broadcasting and Electronics & IT ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବଜୀ ନୂଆଦିଲ୍ଲୀରୁ ଆଭାସି ମାଧ୍ୟମରେ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମରେ ବାଲେଶ୍ଵରରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନାଇଲେଟ୍ ଅଧିକାରୀଙ୍କ ସହିତ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ରାଜ୍ୟ ପେନାଲିଷ୍ଟ ବିଭୁପଦ ଦାସ ଯୋଗଦାନ କରିଥିଲେ।

ଓଡିଶାରେ ପ୍ରଥମ ଡିଜିଟାଲ ପ୍ଲାଟଫର୍ମ ଭାବେ ବାଲେଶ୍ୱରରେ
‎National Institute of Electronics & Information Technology ର ଏକ ଶାଖା ଫକୀର ମୋହନ ଗୋଲାଈ ଠାରେ ଶୁଭାରମ୍ଭ କରାଗଲା। ବହୁ ବର୍ଷ ଧରି ବାଲେଶ୍ୱରରେ NIELIT ଓ C-DAC ର institute ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିରନ୍ତର ପ୍ରୟାସ କରିବା ସହ ପତ୍ର ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି l ଯେତେ ବେଳେବି ମାନ୍ୟବର ମନ୍ତ୍ରୀଙ୍କ ସହ ସାକ୍ଷାତ ହୁଏ ସେ ଏହି ବିଷୟରେ ବିଚାର କରିଛନ୍ତି l ଆଜି ଏହାକୁ ବିଧିବଦ୍ଧ ଭାବେ ଲୋକାର୍ପଣ କରାଯିବାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନ୍ତରରୁ ମାନ୍ୟବର ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦିଜୀ ଓ ରେଳ ତଥା ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଛି ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହା ପାଇଁ ସ୍ଥାନ ନିରୂପଣ କଲାପରେ ସ୍ଥାୟୀ Building ର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ। ବର୍ତମାନ BSNL କାର୍ଯ୍ୟାଳୟ ନିକଟସ୍ଥ Building ରୁ ଏହି ଅନୁଷ୍ଠାନ ଚାଲୁ ରହିବ, ଏଠାରୁ ସତାଧିକ ପିଲା ବୈଷୟିକ ଶିକ୍ଷା ଗ୍ରହଣ କରିପାରିବେ। ଏହି ଅନୁଷ୍ଠlନ ଆଗାମୀ ପିଢିକୁ ଗୁଣାତ୍ମକ ଓ ବୈଷୟିକ ଶିକ୍ଷା ପ୍ରଦାନ କରିବା ସହ ଜୀବନରେ ଉଚ୍ଚ ଶିଖରରେ ପହଞ୍ଚିବାର ପଥ ପଦର୍ଶନ କରିବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି।

Leave a Reply

Your email address will not be published. Required fields are marked *