ରାଜ୍ୟ

ଶିକ୍ଷକପଡ଼ାର ସାଈ ମନ୍ଦିର ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

Spread the love

ସହର ଭିତରେ ନକଲି ବିଦେଶୀ ମଦ କାରଖାନା ଚାଲିଥିଲା। ଅନୁଗୁଳର ଶିକ୍ଷକପଡ଼ାର ସାଇ ମନ୍ଦିର ନିକଟରେ ହଜାର ହଜାର ବୋତଲ ନକଲି ମଦ ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। ଏହି ମଦ କାରଖାନା ଉପରେ ଆଜି ଚଢ଼ଉ କରିଛି ପୁଲିସ। ଏହା ସହ ନକଲି ମଦ ଗୋଦାମକୁ ବି ଠାବ କରିଛି। ଉଭୟ ସ୍ଥାନରୁ ପାଖାପାଖି ୫୫୦ ଲିଟର ନକଲି ମଦ ଜବତ ହୋଇଥିଲା ବେଳେ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ଜବତ ହୋଇଛି। ଏହାସହିତ ୪ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଚଳାଇଛି ପୁଲିସ।

ଅନୁଗୁଳରେ ନକଲି ମଦ କାରଖାନା ଚାଲିଥିବା ଖବର ପାଇ ଆଜି ଟାଉନ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ବରେ ଟାଉନ୍‌ ଥାନା ପୁଲିସ ଓ ସ୍ବତନ୍ତ୍ର ସ୍କାଡ୍‌ ପୁଲିସ ଶିକ୍ଷକପଡ଼ା ସାଇ ମନ୍ଦିର ପାଖରେ ଥିବା ଏକ ଘରେ ଚଢ଼ଉ କରିଥିଲା। ପୁଲିସ ପହଞ୍ଚିଲା ବେଳକୁ ସେଠାରେ ଚାଲିଥିଲା ମଦ ପ୍ରସ୍ତୁତି। ବିଭିନ୍ନ ବ୍ରାଣ୍ଡର ନକଲି ମଦ ପ୍ରସ୍ତୁତ କରୁଥିଲେ କର୍ମଚାରୀ। ପୁଲିସ ‌ସେଠାରୁ ୧୮୧୬ଟି ନକଲି ବିଦେଶୀ ମଦ ବୋତଲ ଜବତ କରିଛି। ବିଭିନ୍ନ ନାମୀଦାମୀ ମଦ ବୋତଲ ଭିତରେ ଏହି ନକଲି ମଦ ଭର୍ତ୍ତି ହୋଇ ରହିଥିଲା। ଏହାର ପରିମାଣ ୩୩୦ଲିଟରରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ସେଠାରୁ ୫୫ ଲିଟର ସ୍ପିରିଟ୍, ବିପୁଳ ପରିମାଣର ଖାଲି ମଦ ବୋତଲ, ରଙ୍ଗ, ଫ୍ଲେଭର୍‌, ମଦର ଷ୍ଟିକର, ଲେବଲ ଜବତ କରିଛି। ଏଠାରେ ମଦ ପ୍ରସ୍ତୁତ କରୁଥିବା ୨ ଜଣଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *