ରାଜ୍ୟ

ବେଆଇନ ଗୋ ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡି, ୧୦ ଗୋରୁ ଉଦ୍ଧାର, ପୋଲିସ ହେପାଜତରେ ଚାଳକ।

Spread the love

ତିହିଡି-ବେଆଇନ ଗୋଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡି, ୧୦ ଗୋରୁ ଉଦ୍ଧାର, ପୋଲିସ ହେପାଜତରେ ଚାଳକ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଦ୍ରକ ଜିଲ୍ଲା ପୀରହାଟ ଥାନାଞ୍ଚଳ ପୁରୁଣା ବଜାରରେ। ସୂଚନା ମୁତାବକ, ଆଜି ସକାଳେ ଏକ ବେଆଇନ ଗୋରୁ ବୋଝେଇ ଗାଡି ଭଦ୍ରକ ଅଭିମୁଖେ ଯାଉଥିଲା। ମାତ୍ର କୌଣସି କାରଣରୁ ତିହିଡି ବଜାର ମଧ୍ଯରୁ ଫେରି ଅତି ଦୃତ ଗତିରେ ଚାନ୍ଦବାଲି ଆଡକୁ ଯାଉଥିବା ବେଳେ ପୀରହାଟ ପୁରୁଣା ବଜାର ପରେ ରାସ୍ତାର ବାମ ପାର୍ଶ୍ବରେ ଥିବା ଏକ ଗେରେଜକୁ ଧକ୍କା ଦେଇଥିଲା। ସେଠାରେ ମରାମତି ପାଇଁ ଥିବା ଏକ କାରକୁ ଧକ୍କା ଦେବା ଫଳରେ ଭାଙ୍ଗି ଚୂରମାର ହୋଇ ଯାଇଛି।

ଉକ୍ତ ଗାଡି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଦୌଡି ଆସି ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ଗାଡିରେ ମୂର୍ମୁଷ ଅବସ୍ଥାରେ ଥିବା ୧୦ ଗୋରୁଙ୍କ ଉଦ୍ଧାର କରିବା ସହିତ ଚାଳଙ୍କୁ ପୋଲିସ ଜିମା ଦେଇଥିଲେ। ଆହତ ଗୋରୁଙ୍କୁ ତିହିହି ସୟାସ୍ଥିତ ଗୋଶାଳାରେ ପୋଲିସ ଛାଡି ଦେଇଥିବା ବେଳେ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *