ରାଜ୍ୟ

ଗୁଡୁଦ।, ରେମୁଣା ବ୍ଲକ୍‌ରେ ପାରମ୍ପରିକ କୁମ୍ଭକାରଙ୍କ ସଶକ୍ତିକରଣ ପାଇଁ ଏକ ବିକାଶମୂଳକ ପଦକ୍ଷେପ -ଓର୍ମ।ସ ,ବାଲେଶ୍ୱର ଓ ଟାଟା ପାୱାର ର ସଂଯୁକ୍ତ ପ୍ରୟାସ

Spread the love

ଜିଲ୍ଲା ପ୍ରଶାସନ, ବାଲେଶ୍ୱର , ଓର୍ମାସ , ବାଲେଶ୍ୱର ଏବଂ ଟାଟା ପାୱାର ର ସି ଏସ ଆର୍ ସହଯୋଗରେ ଆଜି ରେମୁଣା ବ୍ଲକ୍‌ର ଗୁଡୁଦା ଗ୍ରାମରେ ପାରମ୍ପରିକ କୁମ୍ଭକଳାକାରଙ୍କୁ ସଶକ୍ତ କରିବା ପାଇଁ ଏକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ କୁମ୍ଭାକାର ମାନଙ୍କୁ ଆଧୁନିକ କୌଶଳ, ଉପକରଣ, ବଜାର ସୁଯୋଗ ସ୍ଥିର ଜୀବିକା ସୃଷ୍ଟି କରିବା ।

କାର୍ଯ୍ୟକ୍ରମର ପ୍ରମୁଖ ଅଂଶଗୁଡିକ:

ହ୍ବିଲ ଥ୍ରୋଇଂ କର୍ମଶାଳା ,ଫିନିସିଂ, ଗ୍ଲେଜିଂ ଓ କ୍ୱାଲିଟି କଣ୍ଟ୍ରୋଲ୍‌ ର ଦକ୍ଷତା ସମ୍ପର୍କିତ ହସ୍ତକଳା କୌଶଳ ଶିବିର । ପ୍ରାରମ୍ଭିକ ସ୍ତରରେ କୋଡ଼ିଏ ଟି ମେସିନ ଦିଆଯାଇଛି।

ଉର୍ଜା-କ୍ଷମ କିଲ୍ନ ଓ ଆବଶ୍ୟକୀୟ ଉପକରଣ ଯୋଗାଇ କାର୍ଯ୍ୟକୁ ସହଜ କରିବା ।

ଡିଜାଇନ୍‌ କ୍ଲିନିକ୍‌ ମାଧ୍ୟମରେ ଉତ୍ପାଦକୁ ଆଧୁନିକ ଚାହିଦାନୁସାରେ ସଜାଇବା, କିନ୍ତୁ ପାରମ୍ପରିକତାକୁ ରକ୍ଷା କରିବା ।

ପ୍ୟାକେଜିଙ୍ଗ, ଗୁଣସ୍ତର, ମୂଲ୍ୟ ନିର୍ଣ୍ଣୟ, ଡିଜିଟାଲ୍‌ କ୍ୟାଟାଲଗ୍‌ ଓ ବଜାର ସଂଯୋଗ (ସ୍ଥାନୀୟ ମେଳା ଓ ଇ-କମର୍ସ) ବିଷୟରେ ପ୍ରଶିକ୍ଷଣ ।

ସ୍ଵୟଂ ସହାୟକ ଗୋଷ୍ଠୀ (SHG) ଓ କାରିଗର ସହକାରୀ ସମିତିଗୁଡିକର ଗଠନ ଓ ସୁଦୃଢୀକରଣ, ଯାହାଦ୍ୱାରା ସାମୂହିକ ଉତ୍ପାଦନ, କଞ୍ଚା ମାଲ୍ କ୍ରୟ ଓ ବଜାର ଦର ନିର୍ଣ୍ଣୟ ସୁବିଧା ପାଇବେ ।

ଏହି କାର୍ଯ୍ୟକ୍ରମ ଗୁଡୁଦା ଓ ଚାରିପାଖର ୮୦-୧୦୦ କୁମ୍ଭକଳାକାର ପରିବାରଙ୍କୁ ସିଧାସଳଖ ଲାଭାନ୍ୱିତ କରିବ ।

ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୁର୍ଯ୍ୟବଂଶୀ ମୟୂର ବିକାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଏହି ପଦକ୍ଷେପ ପାରମ୍ପରିକ କାରିଗରଙ୍କ ପାଇଁ ଦୀର୍ଘକାଳୀନ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ମତ ଦେଇଥିଲେ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲ୍ଲାପରିଷଦ ସଞ୍ଜୟ ରାଉତ ,ଉପଜିଲ୍ଲାପାଳ ,ଶିବ ମାଲବ୍ୟ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ରେମୁଣା, ଉତ୍ତମ ଜେନା TPNODL ର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଓ ସ୍ଥାନୀୟ ପି ଆର୍ ଆଇ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଏହି ପଦକ୍ଷେପ ଓଡ଼ିଶାର ମାଟିର କଳାକୁ ପୁନର୍ଜୀବନ ଦେଇବା ସହିତ ପାରମ୍ପରିକ କାରିଗରଙ୍କ ସୁସ୍ଥିର ଜୀବିକା ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Leave a Reply

Your email address will not be published. Required fields are marked *