ରାଜ୍ୟ

‎ସେବାପକ୍ଷ ଅନ୍ତର୍ଗତ ସ୍ବଚ୍ଛତା ଅଭିଯନ

Spread the love

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲୁଥିବା ସେବା ପକ୍ଷରେ ଆଜି ବାଲେଶ୍ଵର ନଗର ଝାଡେଶ୍ବର ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ୱରେ ବାଲେଶ୍ଵର ଲକ୍ଷ୍ମୀନାରାୟଣ ମନ୍ଦିର ଓ ଚତୁର୍ପାଶ୍ବରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
‎ଅଳିଆ ଆବର୍ଜନା ସଫା କରିବା ସହିତ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ସୁଷମାରାଣୀ ବିଶ୍ଵାଳ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ପ୍ରବିର କୁମାର ଦାଶ , ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ପୁର୍ବତନ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଶୈଳେନ୍ଦ୍ର ପ୍ରସାଦ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ଜିତେନ୍ଦ୍ର ପ୍ରହରାଜ, ଜିତେନ୍ଦ୍ର ପରମାଣିକ, ବିନୋଦ ବିହାରୀ ପଣ୍ଡା, ପ୍ରତାପ ପ୍ରଧାନ,ସୂରଜ ବିଶାଳ,ପ୍ରତାପ ମହାନ୍ତି, ରଞ୍ଜନ ଦାସ ,ସୋମ୍ୟ ଶଙ୍କର ଦାସ, ପଦ୍ମିନୀ ଅଧିକାରୀ,ପ୍ରଶାନ୍ତ ପାତ୍ର,ଉଦୟ କୁମାର ସାହୁ, ମିନତି ଅପା, ମାନସ ମହାନ୍ତି, ମୁନ୍ନା ଭାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *