ରାଜ୍ୟ

ଅଙ୍ଗଦାନ କରି ଅମର ହୋଇଗଲେ ବବୁଲ, ପ୍ରଶାସନ ପକ୍ଷରୁ ଦିଆଗଲା ଗାର୍ଡଅଫ ଅନର ।

Spread the love

ତିହିଡି – ଅଙ୍ଗଦାନ କରି ମୃତ୍ୟୁ ପରେ ଅମର ହୋଇଗଲେ ବବୁଲ, ଗାର୍ଡ ଅଫ ଅନର ପ୍ରଦାନ କରି ସମ୍ମାନ ଜଣାଇଲା ପ୍ରଶାସନ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ରାଜନଗର ପଞ୍ଚାୟତର ବରଦା ଗ୍ରାମରେ। ସୂଚନା ମୁତାବକ, ଏହି ଗ୍ରାମର ବଂଶୀଧର ଧଳଙ୍କ ପୁଅ ବବୁଲ ଧଳ ଭୁବନେଶ୍ୱରର ପାଣି ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ମାସ ୧୮ ତାରିଖ ଦିନ ଭୁବନେଶ୍ୱରରୁ ନିଜ ଘରକୁ ଫେରୁଥିବା ସମୟରେ ଟାଙ୍ଗି ଥାନା ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କଟକ ବଡ଼ ଡ଼ାକ୍ତରଖାନା ଓ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା । ବଞ୍ଚିବାର ଆଶା ନଥିବାରୁ ମୃତ୍ୟୁ ପୂର୍ବରୁ ଅନ୍ୟକୁ ଅଙ୍ଗଦନା କରିବା ପାଇଁ ପରିବାର ଲୋକଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପରିବାର ଲୋକେ ବବୁଲଙ୍କ ଦୁଇଟି କିଡନୀ ଓ ଲିଭର ଜୀବନ ମରଣ ସହ ସଂଘର୍ଷ କରୁଥିବା ରୋଗୀଙ୍କୁ ପ୍ରଦାନ କରିଥିଲେ । ଆକସ୍ମିକ ଦୁର୍ଘଟଣା ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଥିବା ବେଳେ ଅନ୍ୟ ତିନୋଟି ପରିବାରରେ ଖୁସିର ବାତାବରଣ ସୃଷ୍ଟି କରି ପାରିଛି । ଯାହାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଗ୍ରାମବାସୀ। ଆଜି ବବୁଲଙ୍କ ଶବ ଗାଁ ନିକଟରେ ପହଞ୍ଚିବା ପରେଜଗନ୍ନାଥ ୟୁଥ କ୍ଲବର ଶତାଧିକ ଗ୍ରାମବାସୀ ଗଦି ଛକରୁ ଏକ ବିଶାଳ ମୋଟର ସାଇକେଲ ରାଲି କରି ବବୁଲୁ ଅମର ରହେ ଧୋନିରେ ଓ ଶୋଭାଯାତ୍ରାରେ ଗାଁ ମଶାଣୀ ନିକଟକୁ ନେଇ ଯାଇଥିଲେ । ସେଠାରେ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଧାନ କରାଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରା ଯାଇଥିଲା । ତାଙ୍କ ବିୟୋଗରେ ଗ୍ରାମବାସୀ ଓ ଜଗନ୍ନାଥ ୟୁଥ କ୍ଳବର ସମସ୍ତ ସଦସ୍ୟଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *