ରାଜ୍ୟ

ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ନିରୀକ୍ଷଣ:

Spread the love

ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟିଆଖିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଙ୍କ କାର୍ଯ୍ୟାଳୟ ଗୃହଟି ବିପଦ ସଙ୍କୁଳ ଅବସ୍ତାରେ ଥିବାରୁ ତାହା ନିକଟସ୍ଥ ପରିଖି ଆରଆଇ କାର୍ଯ୍ୟାଳୟରେ ପରିଚାଳିତ ହେଉଛି। ଟିଆଖିଆ କାର୍ଯ୍ୟାଳୟକୁ ନୂତନ ଭାବେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନରେ ରାଜସ୍ୱ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ନୂତନ ଗୃହ ନିର୍ମାଣ ସରିବା ପରେ ଟିଆଖିଆ ଆରଆଇ ନିଜସ୍ବ କାର୍ଯ୍ୟାଳୟରୁ କାର୍ଯ୍ଯ ଜାରି ରଖିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ଅନୁରୂପ ଭାବେ ରାଜସ୍ବ ବିଭାଗ ପକ୍ଷରୁ ମ୍ୟୁଟେସନ, ଡିମାର୍କେସନ, ଏଭିକସନ ପ୍ରଭୃତି ସେବା ପାଇଁ ସରକାରଙ୍କ ଧାଯ୍ୟ କାର୍ଯ୍ୟୱାରୀ ସମୟସୀମା ଏବଂ ଉପରାନ୍ତେ ସ୍ଥିରୀକୃତ ପଦକ୍ଷେପ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ପଚାରିଥିଲେ । ବାଲେଶ୍ବର ତହସିଲରେ ବିଭିନ୍ନ ବିଚାରାଧୀନ ତଥା ଅସମ୍ପୂର୍ଣ୍ଣ ମାମଲାର ସଂଖ୍ୟା ସହିତ ସେଗୁଡ଼ିକର ସମାଧାନ କେମିତି ହେବ, ସେ ନେଇ ତଥ୍ୟ ପ୍ରଦାନ ନିମିତ୍ତ ବିଧାୟକ ଶ୍ରୀ ଦତ୍ତ ରାଜସ୍ବ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିପରି ରାଜ୍ୟରେ ପରିଚାଳିତ ବିଭିନ୍ନ ତହସିଲ ବିଶେଷତଃ ବାଲେଶ୍ଵର ସଦର ତହସିଲ ଅଧୀନସ୍ଥ ରାଜସ୍ୱ କାର୍ଯ୍ୟାଳୟ ଓ ରେକର୍ଡ଼ ରୁମ ସଂଖ୍ୟା ବାବଦରେ ସୂଚନା ପ୍ରଦାନ ପାଇଁ ବିଧାୟକ ଶ୍ରୀ ଦତ୍ତ ଅନୁରୋଧ ଜଣାଇଥିଲେ।

ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ରାଜସ୍ବ ବିଭାଗ ପକ୍ଷରୁ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ ପାଇଁ ଓଡିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଥିଲେ ବି ଡିମାର୍କେସନ ଓ ଏଭିକସନ କାର୍ଯ୍ୟ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ । ତେବେ ଧାର୍ଯ୍ୟ ସମୟସୀମା ଅତିକ୍ରମ କଲେ ଓଡିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ ଅନୁସାରେ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବା ନେଇ ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ବାଲେଶ୍ବର ସଦର ତହସିଲରେ ଲମ୍ବିତ ମାମଲାଗୁଡିକର ପରିସଂଖ୍ୟାନ ପ୍ରଦାନ ସହ ସେଗୁଡ଼ିକର ସମାଧାନ ପାଇଁ ନିୟମିତ ଭାବରେ ବିଭାଗ ତରଫରୁ ସମୀକ୍ଷା କରାଯାଉଅଛି । ବାଲେଶ୍ଵର ସଦର ତହସିଲ ଅଧୀନରେ ୨୨ଟି ରାଜସ୍ୱ କାର୍ଯ୍ୟାଳୟ ଓ ଗୋଟିଏ ରେକର୍ଡ଼ ରୁମ କାର୍ଯ୍ୟକ୍ଷମ ଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *