ରାଜ୍ୟ

ରେମୁଣା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଶୁକ୍ରବାର ସକାଳ ୯ ଘଟିକା ସମୟରେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ରେମୁଣା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ପଶ୍ଚିମବଙ୍ଗର ଦକ୍ଷିଣ-କାନ୍ଥି ବିଧାୟକ ଶ୍ରୀ ଅରୁପ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶିବିରର ଉଦଘାଟନ କରିଥିଲେ। ଏହି ଶିବିରରେ ବିଶେଷ ଭାବରେ ରେମୁଣା ନିର୍ବାଚନ ମଣ୍ଡଳୀର ଜନସାଧାରଣ ତଥା ବିଜେପି କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ଯୁବପିଢ଼ି ଯୋଗ ଦେଇ ରକ୍ତଦାନ କରିଥିଲେ। ସର୍ବମୋଟ ୩୩୮ ୟୁନିଟ ରକ୍ତ ଏହି ଶିବିରରୁ ସଂଗ୍ରହ ହୋଇଥିଲା। ଏଭଳି ମହତ କାର୍ଯ୍ୟ ଦ୍ଵାର ହସ୍ପିଟାଲରେ ରକ୍ତ ଅଭାବର ସମସ୍ୟା ଦୂର ହେବ ସହ ଯୁବପିଢିଙ୍କ ମଧରେ ଏକ ଉତ୍ସାହ ଜାଗ୍ରତ ହେବ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୁକୁମାର ଦାସ, କାର୍ତ୍ତିକ ଚନ୍ଦ୍ର ଗିରି, ଉମାକାନ୍ତ ପଣ୍ଡା, ସୁଶାନ୍ତ ପଟ୍ଟନାୟକ , ମହେଶ୍ୱର ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ରେମୁଣା ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ସରପଞ୍ଚ ସୁମନ୍ତ ଦାସ, ହରେନ୍ଦ୍ର ମଲ୍ଲିକ, ନିତାଇ ଚରଣ ନାୟକ, ସୁବ୍ରତ ଦାସ, ହରିହର ଦାସ, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ, କାଉନସିଲର ସିବୁନ ରୟ, ହେମାବତି ବେହେରା, ମଣ୍ଡଳ ସଭାପତି ରଘୁନାଥ ପରିଡ଼ା, ମାୟାଧର ପ୍ରଧାନ, ମାନସ ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ବିବେକ ବିକାଶ ରାଉତ, ପୂର୍ବତନ ମଣ୍ଡଳ ସଭାପତି ମଳୟ କୁମାର ବିଶ୍ବାଳ, ଭୋଳାନାଥ ପାତ୍ର, ବିଭୂତି ରଞ୍ଜନ ସେନାପତି, ଜୟନ୍ତ ମଣ୍ଡଳ, କମଳ ଲୋଚନ ପ୍ରଧାନ, ବିଜୟ କୁମାର ପଲେଇ, ରକି ରାଉତ, ଗଜେନ୍ଦ୍ର ସେଠି, ହେମଲତା ସେଠୀ, ରବିତା ଦାସ, ଚନ୍ଦ୍ରକାନ୍ତି ପ୍ରଧାନ, ସକମ୍ବରି ସିଂ, ଫୁଲ ଟୁଡୁ ଇତ୍ୟାଦି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *