ରାଜ୍ୟ

ଦୁଷ୍କର୍ମ ପୀଡ଼ିତାକୁ ମିଳୁନି ନ୍ୟାୟ: ଆପୋଷ ବୁଝାମଣା ପାଇଁ ଆଇନଜୀବୀଙ୍କ ଚାପ

Spread the love

ଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ ମିଳୁନି। ଅପରପକ୍ଷରେ ଆଇନଜୀବୀଙ୍କ ପକ୍ଷରୁ ଆପୋଷ ବୁଝାମଣା କରିବାକୁ ଆଇନଜୀବୀଙ୍କ ଚାପ ପଡୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା  ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ପଂଚାୟତରେ ଥିବା କୋଲାଣୀଆ ଗ୍ରାମରେ ଘଟିଛି। ଗ୍ରାମରେ ନିଜ ଦୁଇଟି ପିଲାଙ୍କୁ ନେଇ ବସବାସ କରୁଥିବା ଦୁଃଖ ମୁଣ୍ଡାଙ୍କ ସ୍ଵାମୀ ପରିତ୍ୟକ୍ତା ଝିଅଙ୍କୁ ତାଙ୍କ ସମ୍ପର୍କୀୟ ମଉସା ରାଜୁ ମୁଣ୍ଡା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।

ଏନେଇ ଭୁବନ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ପ୍ରହଲ୍ଲାଦ ସାହୁ  ନାମକ ଜଣେ ଆଇନଜୀବୀ ଏଭଳି ଏକ ଅଭାବନୀୟ ଘଟଣାକୁ ଚାପିବାକୁ ଉଦ୍ୟମ କରିଛନ୍ତି। ସେ ପୀଡିତାଙ୍କୁ ଥାନାରୁ ନେଇ ପଳାଇ ଆସିଥିଲେ।  ଘଟଣା ଚଳିତ ମାସ ୧୧ ତାରିଖ  ଗୁରୁବାର ଠାରୁ ଘଟି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ କରିବା ବଦଳରେ ଭୁବନ ପୁଲିସ ଅଭିଯୋଗକୁ ମଧ୍ୟ ଗ୍ରହଣ କରି ନଥିବା କହିଛନ୍ତି ପୀଡ଼ିତା।

Leave a Reply

Your email address will not be published. Required fields are marked *