ତିହିଡି- ସମ୍ବଧାନ ବଞ୍ଚାଅ – ଗଣତନ୍ତ୍ର ବଞ୍ଚାଅ ମତଦାନ ଅଧୁକାର ବଞ୍ଚାଅ।ଦରଦାମ ବୃଦ୍ଧି ନିୟନ୍ତ୍ରଣ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ବାଦ୍ଧକ୍ୟ, ବିଧବା ଭତ୍ତା ୫ ହଜାର ଟଙ୍କା ଦେବା, ଆଶା, ଅଙ୍ଗନଓ୍ବାଡି, ପାଚିକାମାନଙ୍କୁ ସରକାରୀ କରଣ କରିବା, ବନ୍ୟା କ୍ଷତିଗ୍ରସ୍ତ ଋଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା, କୃଷିଋଣ ଛାଡ କରିବା ଦାବୀରେ ତିହିଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଓଡ଼ିଶା ବିରୋଧ ଖଣି ଓ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ-୨୦୨୬, ଏକଚାଟିଆ କାରବାର ବନ୍ଦ କରିବା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦେବା, ଏସଆଇଆର୍ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପ୍ରତ୍ୟାହାର କରିବା, ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସୁନଶ୍ଚିତ କରିବା, ନିର୍ବାଚନ ଆୟୋଗର ସ୍ବାଧୀନତା, ନିରପେକ୍ଷତା ଓ ସ୍ବଚ୍ଛତା ପାଇଁ ନିର୍ବାଚନୀ ସଂସ୍କାର କରିବା, ପାଠ୍ୟ ପୁସ୍ତକର ଗୁରୁତର ତ୍ରୁଟି ଓ ଅବ୍ୟବସ୍ଥା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା, ତ୍ରୁଟିମୁକ୍ତ ଓ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ଯୋଗାଣକୁ ସୁନିଶ୍ଚିତ କରିିବା, ସମସ୍ତ ବେକାର ଯୁବକ ଓ ଯୁବତୀଙ୍କୁ ନିୟମିତ / ସ୍ଥାୟୀ ନିଯୁକ୍ତି ବେବା ସହ ସରକାରୀ ସ୍ତରରେ ଖାଲି ପଡିଥିବା ପଦବୀ ପୂରଣ କରିବା, ଗ୍ରାମୀଣ ନିଯୁକ୍ତି ଯୋଜନାରେ ବର୍ଷକୁ ଅନ୍ତତଃ ୨ ଶହ ଦିନ କାମ ଓ ଦୈନିକ ମଜୁରି ୭ ଶହ ଟଙ୍କା ପ୍ରଦାନ କରିବା, ସହରାଞ୍ଚ ସହରାଞ୍ଚଳରେ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା ଓ ଠିକା ଆଉସୋସିଂ ବଦଳରେ ସ୍ଥାୟୀ ନିଯୁକ୍ତି ଦେବା, ଚାରୋଟି ନୂତନ ଶ୍ରମକୋର୍ଡ଼ ବାତିଲ ଓ ପୂର୍ବ ୪୪ଟି ଶ୍ରମ ଆଇନର ପୁନର୍ବ୍ଯବହାର ଓ ଶ୍ରମିକମାନଙ୍କୁ ସର୍ବନିମ୍ନ ମାସିକ ୪୨ ହଜାର ଟଙ୍କା ଧାର୍ଯ୍ୟ କରିବା, ସମାନ କାମକୁ ସମାନ ମଜୁରି ଦ।ଦେବା, ଅବସର ପରେ ମାସିକ ପେନସନ ସର୍ବନିମ୍ନ ୨୧ ହଜାର ଟଙ୍କା ଧାର୍ଯ୍ୟ କରିବା, ସମସ୍ତ ନିତ୍ୟ ବ୍ୟବହାର ଜିନିଷର ଅତ୍ୟକ ଦରଦାମ ବୃଦ୍ଧି ବନ୍ଦ କରିବା, ମଆଶା, ଅଙ୍ଗନୱାଡ଼ି, ପାଚିକା ଓ ସମସ୍ତ ସ୍କିମ ୱାର୍କର ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଓ ଶ୍ରମିକର ମାନ୍ୟତା ସହିତ ମାସକୁ ୪୨ ହଜାର ଟଙ୍କା ଦେବା, ଅବସର ପରେ ପେନସନ ଯୋଗାଇ ଦେବା, ବନ୍ୟା ଅଞ୍ଚଳର ସମସ୍ତ ଚାଷୀଙ୍କର ଋଣ ଛାଡ଼ କରାଯାଉ ଓ ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିବା, ରବିଫସଲ ପାଇଁ ମାଗଣାରେ ବିହନ ଯୋଗାଇ ଦେବା, ବନ୍ୟାଞ୍ଚଳର ସମସ୍ତ ରାଜସ୍ୱ ଗ୍ରାମରେ କ୍ଷତି ହୋଇଥିବା ରାସ୍ତାର ତୁରନ୍ତ ମରାମତି କରିବା, ବନ୍ୟାଞ୍ଚଳର ସମସ୍ତ ଚାଷୀଙ୍କୁ କ୍ଷୟକ୍ଷତି ଆକଳନ ଅନୁଯାୟୀ ତୁରନ୍ତ ସହାୟତା ଅବିଳମ୍ବେ ଯୋଗାଇ ଦେବା, ବାରୋ, ବିଲଣା, ବୋଡ଼କ, ତଳଗୋପବିନ୍ଧା, କାଁପଡ଼ା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର ପଞ୍ଚାୟତରେ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ବ୍ୟବସ୍ଥା କରିିବା ଏବଂ ସମସ୍ତ ନଦୀ ଓ ନାଳର ସଂସ୍କାର କରିବା, ସମସ୍ତ ପରିବାରକୁ ୩ଶହ ୟୁନିଟ୍ ବିଜୁଳି ମାଗଣା ଯୋଗାଇ ଦେବା,ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ସମସ୍ତ ପଞ୍ଜିକୃତ ଶ୍ରମିକମାନଙ୍କୁ କାର୍ଡ଼ ଯୋଗାଇବା ସହିତ ସମସ୍ତ ସହୟତା ତୁରନ୍ତ ଯୋଗାଇ ଦେବାକୁ ଦୃଢ ଦାବି କରା ଯାଇଛି। ସିପିଆଇ(ଏମ)ର ସମ୍ପାଦକ ବିଷ୍ଣୁ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ନାରିନେତ୍ରୀ ସୁରଜିତା ନାୟକ, ପ୍ରଫୁଲ୍ଲ ପାଢୀ, ମଳୟ ଭୋଇ, ଶ୍ରୀଧର ଯେନା, ନିର୍ମଳ ଦଳେଇ, ସତ୍ୟବ୍ରତ କୁଣ୍ଡ, ଜ୍ୟେତିର୍ମୟ ମଳିକ ମାୟାଧର ଦାସ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

