ବ୍ରହ୍ମପୁର: ଅମାନିଆ ଗାଡ଼ି ଚାଳକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ବିକଟାଳ ଶବ୍ଦ ବାହାର କରୁଥିବା ୪୦ରୁ ଅଧିକ ଗାଡ଼ିର ସାଇଲେନ୍ସସରକୁ ଜବତ କଲା ବ୍ରହ୍ମପୁର ପୋଲିସ । ଜବତ ହୋଇଥିବା ସାଇଲେନ୍ସସରକୁ ଡ୍ରୋଜର ଚଢ଼ାଉ ନଷ୍ଟ କରାଯାଇଛି । ବ୍ରହ୍ମପୁର ଟ୍ରାଫିକ ଥାନା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ ସମୟରେ ଗାଡ଼ିକୁ ଜବତ କରାଯାଇ ସାଇଲେନ୍ସସରକୁ ଗାଡ଼ିରୁ ବାହାର କରାଯାଇଥିଲା । ଚାଲାଣରୁ ବର୍ତ୍ତିବା ନିମନ୍ତେ ଗାଡିର ନମ୍ବର ପ୍ଲେଟରେ ଲଗାଯାଇଥିବା କନା, ଫୁଲମାଳ, ଷ୍ଟିକରକୁ ମଧ୍ୟ ଛଡାଇଛି ପୋଲିସ । ସହରର ବିଭିନ୍ନ ଛକରେ ଯାଞ୍ଚ କରି ଶତାଧିକ ଗାଡ଼ିର ନମ୍ବର ପ୍ଲେଟରେ ଘୋଡ଼ାଇ ହୋଇ ରଖିଥିବା ନମ୍ବର ପ୍ଲେଟରୁ ଫୁଲମାଳ, କନା, ଷ୍ଟିକରକୁ ବାହାର କରିଛି ପୋଲିସ ।

