ବାଲେଶ୍ୱରରେ ସଦର ବିଜେପି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ;
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରିପଦା ଗସ୍ତ ଅବସରରେ ବାଲେଶ୍ୱର ଠାରେ ସଦର ବିଜେପି ପକ୍ଷରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରବିବାର ବିଳମ୍ବିତ ରାତିରେ ଶ୍ରୀ ପ୍ରଧାନ ଟ୍ରେନ ଯୋଗେ ସମ୍ବଲପୁରରୁ ବାଲେଶ୍ୱରରେ ପହଂଚିବା କ୍ଷଣି ରେଳଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲା । ପରେ ଶ୍ରୀ ପ୍ରଧାନ ସର୍କିଟ ହାଉସ ଠାରେ ବିଶ୍ରାମ ନେବାକୁ ଯାଇଥିଲେ ।

ସୋମବାର ସକାଳେ ସକ୍ରିଟ ହାଉସ ନିକଟରେ ଆୟୋଜିତ ସମ୍ବର୍ଦ୍ଧିତ ଉତ୍ସବରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବିଜେପି ଜିଲ୍ଲା ସଭାପତି ଇଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ରାଜ୍ୟସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।

ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପ୍ରଧାନଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ମହାପାତ୍ର ଓ ଅନ୍ୟ ନେତୃବର୍ଗ ବାରିପଦା ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥି, ସତ୍ୟଶିବ ଦାଶ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବିକାଶ ପାଢ଼ୀ, ମନ୍ମୟ ଦାସ, ଧିରଜ ମହାନ୍ତି, ସୁଧାଂଶୁ ପଣ୍ଡା, ପବନ କମିଳା, ସୌଭାଗ୍ୟ ନାୟକ, ବିଶ୍ୱଜିତ ଖଟୁଆ, ଜିତୁ ପରମାଣିକ, କାହ୍ନୁ ମହାଳିକ, ଶ୍ରୀକାନ୍ତ ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, କାର୍ତ୍ତୀକ ଚନ୍ଦ୍ର ରାଉତ, ସର୍ବେଶ୍ୱର ମହାନ୍ତି, ସସ୍ମିତା ଦାଶ, ଶ୍ରୀୟା ଦାସ, ସୁଷମା ବିଶ୍ୱାଳ, ମନୋଜ ଧଳ, ଉମେଶ ବେହେରା, ଜୟନ୍ତ ସେଠି, ସୌରଭ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।