ଭଞ୍ଜମାଟିର ପ୍ରବେଶ ପଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ବୈଶିଙ୍ଗା(ଦୀପକ କୁମାର ସିଂହ): ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଥିବାବେଳେ ଗତକାଲି ଟ୍ରେନ ଯୋଗେ ଆସି ରାତି ପ୍ରାୟ ୪ଟା ସମୟରେ ବାଲେଶ୍ୱରରେ ପହଞ୍ଚି ଥିଲେ l ପରେ ସେଠାରୁ ସୋମବାର ସକାଳୁ ପ୍ରାୟ ୮ଟା ସମୟରେ ମୟୁରଭଞ୍ଜ ଅଭିମୁଖେ ବାହାରିଥିଲେ l ଏହି ଗସ୍ତ ସମୟରେ ତାଙ୍କ ସହିତ ରାଜ୍ୟ କ୍ୟାବିନେଟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ମାନସ ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମଧ୍ୟ ଉପସ୍ଥିତ ଅଛନ୍ତି l ମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱରରୁ ବାହାରି ୧୮ନଂ ଜାତୀୟ ରାଜପଥରେ ଆସିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ଠାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିଭଳି ପ୍ରଥେମେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଏସପି ବରୁଣ ଗୁଣ୍ଟୁପାଲି ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଙ୍କୁ ମୟୁରଭଞ୍ଜ ମାଟିରେ ସ୍ୱାଗତ ଜଣାଇଥିଲେ l
ଏନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱରରୁ ବାହାରି ୧୮ନଂ ଜାତୀୟ ରାଜପଥରେ ଆସିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ଠାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିଭଳି ପ୍ରଥେମେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଏସପି ବରୁଣ ଗୁଣ୍ଟୁପାଲି ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଙ୍କୁ ମୟୁରଭଞ୍ଜ ମାଟିରେ ସ୍ୱାଗତ ଜଣାଇ ଥିଲେ