ରାଜ୍ୟ

ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ପରେ ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର

Spread the love

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାଶଙ୍କ ଅଭିଯୋଗ ପରେ ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ ସ୍ବାମୀ ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର। ତାଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ,ଭୁବନେଶ୍ୱର ମହିଳା ଥାନାରେ ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ଦାଶ।  ରାଜ୍ୟ ସରକାରରେ ଉଚ୍ଚ ପଦବିରେ ଥିବା ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାମରେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅର୍ଚ୍ଚନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୨୪ ମସିହାରେ ଧୂମଧାମରେ ତାଙ୍କର ବିବାହ ହୋଇଥିଲା। ବିବାହର ବର୍ଷେ ପରେ ପୁଅ ହୋଇଥିଲା। ଗତ ମେ’ ମାସରେ ହୋଇଥିଲା ପୁତ୍ର ସନ୍ତାନ। ତେବେ ପୁତ୍ର ଜନ୍ମ ହେବା ପରେ ଡାକ୍ତରଖାନା ବେଡରେ ପତ୍ନୀ ଓ ନବଜାତ ପୁତ୍ରଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ। ଆଜିକୁ ତିନି ମାସ ବିତିଯାଇଥିଲେ ବି ସେ କୌଣସି ସମ୍ପର୍କ ନରଖି ଦୂରେଇ ଯାଇଛନ୍ତି। ବାରମ୍ବାର ଫୋନ୍‌ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି।କେବଳ ସ୍ୱାମୀ ନୁହଁନ୍ତି, ବରଂ ଶାଶୁ କବିତା ମଞ୍ଜରୀ ରଥ ଓ ନଣନ୍ଦ ସାଇନା ସୋନାଲି ମହାପାତ୍ରଙ୍କ ନାମରେ ଅର୍ଚ୍ଚନା ସଂଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ମାନସିକ ନିର୍ଯାତନା ସହ ଗାଳିଗୁଲଜ ଓ ଅବହେଳା ଭଳି ଅଭିଯୋଗ କରିଛନ୍ତି। ଅଭିଯୋଗ ପାତ୍ରରେ ଦର୍ଶାଯାଇଛି ଯେ, ୨୦୨୪ ମସିହା ଫେବ୍ରୁଆରି ମାସରେ ବୈଦିକ ରୀତିନୀତିରେ ସାର୍ଥକ ସୌରଭଙ୍କ ସହ ଅର୍ଚ୍ଚନାଙ୍କର ବିବାହ ହୋଇଥିଲା। ତେବେ ଏହି ବିବାହ ପରେ ଅର୍ଚ୍ଚନାଙ୍କୁ ସୌରଭଙ୍କ ପରିବାର ତରଫରୁ ମାନସିକ ନିର୍ଯାତନା ଦିଆଯାଉଥିଲା। 

Leave a Reply

Your email address will not be published. Required fields are marked *

error: Content is protected !!