ରାଜ୍ୟ

ଲଣ୍ଡନରେ ରାସ୍ତାକୁ ଓହ୍ଲାଇଲେ ୧ ଲକ୍ଷରୁ ଅଧିକ ଲୋକେ: ବେଆଇନ ପ୍ରବାସୀଙ୍କ ବିରୋଧରେ ସ୍ୱର

Spread the love

ଲଣ୍ଡନ: ଲଣ୍ଡନରେ ‘ୟୁନାଇଟ୍ ଦି କିଙ୍ଗଡମ୍’ ନାମକ ଏକ ରାଲିରେ ୧ ଲକ୍ଷରୁ ଅଧିକ ଲୋକ ବାହାରିଥିଲେ। ଏହାର ନେତୃତ୍ୱ ନେଇଥିଲେ ପ୍ରବାସୀ ବିରୋଧୀ ନେତା ଟମି ରବିନସନ୍। ଏହି ପ୍ରବାସୀ ବିରୋଧୀ ରାଲିକୁ ବ୍ରିଟେନର ସବୁଠାରୁ ବଡ଼ ଦକ୍ଷିଣପନ୍ଥୀ ରାଲି ବୋଲି ବିବେଚନା କରାଯାଉଛି। ଲଣ୍ଡନର ହ୍ୱାଇଟ୍ ହଲ୍ ନିକଟରେ ପ୍ରଦର୍ଶନକାରୀ ଏବଂ ପୁଲିସ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୬ ଜଣ ପୁଲିସ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ୟୁନିଟ୍ ଦି କିଙ୍ଗଡମ୍ ମାର୍ଚ୍ଚ ସମୟରେ, ଲଣ୍ଡନର ହ୍ୱାଇଟ୍ହଲ୍‌ରେ ଷ୍ଟାଣ୍ଡ ଅପ୍ ଟୁ ରେସିଜିମ୍ ନାମକ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲା, ଯେଉଁଥିରେ ୫,୦୦୦ ଲୋକ ସାମିଲ ହୋଇଥିଲେ। ପୁଲିସ ହ୍ୱାଇଟ ହଲ୍‌ରେ ସମବେତ ହୋଇଥିବା ୫,୦୦୦ ପ୍ରଦର୍ଶନକାରୀଙ୍କୁ ଭିଡ଼ରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା।

ଅନେକ ପୁଲିସ କର୍ମଚାରୀଙ୍କ ଦାନ୍ତ ଭାଙ୍ଗି ଯାଇଥିବାବେଳେ କେତେକଙ୍କର  ନାକ ଫାଟି ରକ୍ତ ବାହାରିଥିଲା। କିଛି ପୁଲିସଙ୍କର ମୁଣ୍ଡରେ ଆଘାତ ଲାଗିଥିଲା। ହିଂସାରେ ସାମିଲ ଥିବା ୨୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଦଙ୍ଗାରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଚିହ୍ନଟ କରିବା ଜାରି ରଖିଛି।

Leave a Reply

Your email address will not be published. Required fields are marked *