ରାଜ୍ୟ

ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣରେ ମହିଳାଙ୍କ ମୃତ୍ୟୁ ପରେ ଚେତିଲା ପୁଲିସ

Spread the love

ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ଭୀମଦା ଅଞ୍ଚଳରେ ଏକ ଫାର୍ମ ହାଉସରେ ବେଆଇନ ଭାବେ ଚାଲିଥିବା ଏକ ବାଣ ପ୍ରସ୍ତୁତି ଘରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟି ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ପରେ ଜିଲ୍ଲା ପୁଲିସ ପ୍ରଶାସନ ଚେତିଛିl ଏହିକ୍ରମରେ ବୈଶିଙ୍ଗା ଥାନା ଅଧିନସ୍ଥ ବାଛୁରୀପଡ଼ା ଅଞ୍ଚଳରେ ଚାଲିଥିବା ଅଗଣିତ ବେଆଇନ ବାଣ ପ୍ରସ୍ତୁତି ଶିବିରକୁ ରୋକିବା ନେଇ ପୁଲିସ ଆକ୍ସନମୋଡ଼କୁ ଆସି ଶନିବାର ଅପରାହ୍ଣରେ ଚଢ଼ାଉ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ବିପୁଳ ପରିମାଣରେ ଗଛିତ ବେଆଇନ ବାଣ ଜବତ କରିଛିlସୂଚନା ଅନୁଯାଇ ଜିଲ୍ଲା ଏସପିଙ୍କ ନିର୍ଦେଶକ୍ରମେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ତତ୍ୱାବଧାନରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଏକାଧିକ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଓ ଏକ ପ୍ଲାଟୁନ ଫୋର୍ସ ସହିତ ଶନିବାର ଅପରାହ୍ନରେ ବାଛୁରୀପଡ଼ା ଅଞ୍ଚଳରେ ଚାଲିଥିବା ବ୍ୟାପକ ବେଆଇନ ବାଣତିଆରି ଗୋଦାମ ଉପରେ ଆତର୍କିତ ଚଢାଉ କରିଥିଲେl 

ଚଢ଼ଉ ସମୟରେ ୫୦ ବସ୍ତା ଅଫୁଟା ବାଣ, ୫୦ କିଲୋଗ୍ରାମ ବାରୁଦ ସମେତ ବିପୁଳ ପରିମାଣରେ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଚଢ଼ଉ ସମୟରେ ବିପୁଳ ପରିମାଣରେ ୪୨ବସ୍ତା ଅଫୁଟା ବାଣ, ୫୦କିଲୋଗ୍ରାମ ବାରୂଦ ପାଉଡ଼ର ସହିତ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସl ଗିରଫ ଅଭିଯୁକ୍ତ ହେଲେ ଉକ୍ତ ବାଛୁରୀପଡ଼ା ଗ୍ରାମର ଶ୍ରୀନିବାସ ସାହୁ ଓ ସନ୍ତୋଷ କୁମାର ସାହୁl ତେବେ ଆଗକୁ ମା’ ଦୁର୍ଗା ଓ ଦୀପାବଳି ଆସୁଥିବା ଯୋଗୁଁ ଏହି ଅଞ୍ଚଳରେ ଏହି ବେଆଇନ ବାଣ ପ୍ରସ୍ତୁତି କାରବାର ଜୋର ହେବା ପ୍ରାୟ ସୁନିଶ୍ଚିତ। ତେଣୁ ଏଭଳି ଚଢ଼ାଉ ସମୟ ଅନ୍ତରାଳେ ଜାରି ରହିବl

Leave a Reply

Your email address will not be published. Required fields are marked *