ରାଜ୍ୟ

ରାଜରାସ୍ତାରେ ପଡ଼ିଛି ଶବ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Spread the love

ଭୁବନ: ରାଜରାସ୍ତାରେ ପଡ଼ିଛି ଶବ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଏଣେ ଗ୍ରାମବାସୀ ରାସ୍ତାରୋକ କରିଥିବା ବେଳେ ପହଞ୍ଚିଥିଲେ ବିଧାୟକ।  ପ୍ରତିଶ୍ରୁତି ପରେ ହଟିଛି ରାସ୍ତାରୋକ। ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଗ୍ରାମ ଛକ ନିକଟରେ। ମୃତକ ହେଲେ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ପଞ୍ଚାୟତ ନୂଆ ଜିରାଳ ଗ୍ରାମର ରଞ୍ଜନ ରାଉଳ (୫୦)।ରଞ୍ଜନଙ୍କ ପୁଅ ଅଜି ରାଉଳ ବୟସ ୨୪(ଚବିଶ) ଯିଏ କି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ରହି ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି ଗତ ରାତିରେ ଗ୍ରାମକୁ ଫେରିବା ସମୟରେ ନିଜ ବାପାଙ୍କୁ ଏକ ଢ଼ାବାକୁ ଡାକିଥିଲେ ଖାଇବା ପାଇଁ । ତେବେ ବାପା ରାଜି ହୋଇ ପୁତୁରା ନିର ରାଉଳ (୨୮)ଙ୍କୁ ସାଙ୍ଗରେ ନେଇ ଢ଼ାବାକୁ ଯାଇଥିଲେ । ତେବେ ସେଠାରୁ ରଞ୍ଜନ ନିଜ ଗାଡ଼ି (ଓଡି୦୬ ୮୪୯୮)ରେ ହଠାତ୍ କୁଆଡ଼େ ପଳାଇଯାଇଥିଲେ। ତେବେ ଆଜି ସକାଳ ସମୟରେ ରଞ୍ଜନଙ୍କ ଶବ ରାଜରାସ୍ତାରେ ଏକ ବସ୍ତା ମଧ୍ୟରେ ପଡ଼ିଥିବା ବେଳେ ଗାଡ଼ିଟି ସନ୍ଦେହଜନକ ଅବସ୍ଥାରେ ରାସ୍ତାକଡ଼ରେ ଥିବା ସୁରକ୍ଷା ବାଡ଼ରେ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ରଞ୍ଜନଙ୍କ ପରିବାର ଲୋକେ । ଶେଷ ଖବର ସୁଦ୍ଧା ଭୁବନ ପୁଲିସ ପୁଅ ନିର ଏବଂ ପୁତୁରା ଅଜିଙ୍କୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *