ଦେଶ- ବିଦେଶ

ଗତ କିଛି ଦିନ ହେବ ଆମେରିକା ଓ ଭାରତ ମଧ୍ୟରେ ଟାରିଫ୍‌ ଯୁଦ୍ଧର ‌ତୋଫାନ୍‌ ଲାଗିରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର  ସ୍ୱୀକାର କରିଛନ୍ତି ଯେ ରୁଷିଆ ତେଲ କିଣିବା ପାଇଁ ଭାରତ ଉପରେ ଲାଗୁ ହୋଇଥିବା ୫୦% ଶୁଳ୍କ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି।

Spread the love

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆମେରିକା ଓ ଭାରତ ମଧ୍ୟରେ ଟାରିଫ୍‌ ଯୁଦ୍ଧର ‌ତୋଫାନ୍‌ ଲାଗିରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର  ସ୍ୱୀକାର କରିଛନ୍ତି ଯେ ରୁଷିଆ ତେଲ କିଣିବା ପାଇଁ ଭାରତ ଉପରେ ଲାଗୁ ହୋଇଥିବା ୫୦% ଶୁଳ୍କ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି।

ମୋଦୀ କ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ ତାଙ୍କର ମତ ରଖି କହିଛନ୍ତି, ‘‘ଦେଖନ୍ତୁ, ଭାରତର ରୁଷିଆ ହେଉଛି ସବୁଠାରୁ ବଡ଼ ଗ୍ରାହକ। ମୁଁ ଭାରତ ଉପରେ ୫୦% ଶୁଳ୍କ ଲଗାଇଛି; କାରଣ ସେମାନେ ରୁଷିଆରୁ ତେଲ କିଣୁଛନ୍ତି। ତଥାପି ଏହା କରିବା ସହଜ ନଥିଲ‌ା। ଏହା ଦୁଇ ଦେଶର ସଂପର୍କ ଉପରେ ପ୍ରଭାବ ପକାଇଛି।’’

ୟୁକ୍ରେନ ଆକ୍ରମଣ ଉପରେ ପଶ୍ଚିମ କଟକଣାର ଅଂଶ ସ୍ୱରୂପ, ରୁଷିଆରୁ ତେଲ କିଣିବା ପାଇଁ ଟ୍ରମ୍ପ ଏହାର କିଛି ରପ୍ତାନି ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପରେ ଭାରତ କ୍ରୋଧିତ ହୋଇଛି। ଯାହାକୁ ଟ୍ରମ୍ପ୍‌ ବାସ୍ତବରେ ଏକ ବଡ଼ କଥା ବୋଲି ସ୍ବୀମାର କରି ଭାରତ ସହିତ ମତଭେଦ ସୃଷ୍ଟି ହୋଇଛି ବୋଲି ମତ ରଖିଛନ୍ତି।

ଟ୍ରମ୍ପ ପ୍ରଥମେ ଭାରତରୁ ଆମଦାନୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଥିଲେ, ତା’ପରେ କହିଥିଲେ ଯେ ଅଗଷ୍ଟ ୨୭ ତାରିଖରୁ ଏହାକୁ ଦ୍ୱିଗୁଣିତ କରି ୫୦% କରାଯିବ। ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ଆମେରିକା ଚେଷ୍ଟା କରୁଥିବାରୁ ଭାରତ ରୁଷୀୟ ତୈଳ କ୍ରୟ ବୃଦ୍ଧି କରିଥିବାରୁ ଦଣ୍ଡ ସ୍ୱରୂପ ଏହି ଶୁଳ୍କ ଲାଗୁ କରାଯିବ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ପ୍ରଶାସନ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଭାରତ ସହିତ ଆଲୋଚନା ଜାରି ରଖିଛି ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବେ। ଏହା କିଛି ସପ୍ତାହର କୂଟନୈତିକ ଅଚଳାବସ୍ଥା ପରେ ସମ୍ପର୍କରେ ଉନ୍ନତିର ଏକ ସଙ୍କେତ।

Leave a Reply

Your email address will not be published. Required fields are marked *