ରାଜ୍ୟ

ପାର୍ବଣ ଋତୁ ଅବସରରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ।

Spread the love

ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ:

ହାଇଦ୍ରାବାଦ –ଭୁବନେଶ୍ୱର ନୂଆ – ହାଇଦ୍ରାବାଦ (07165/07166)
ଟ୍ରେନ ନମ୍ବର 07165 ହାଇଦ୍ରାବାଦ-ଭୁବନେଶ୍ୱର ନୂଆ ସ୍ୱତନ୍ତ୍ର ଟ୍ରେନ୍ 28.10.2025 ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସଂଧ୍ୟା ୧୭.୩୦ ଘଣ୍ଟାରେ ହାଇଦ୍ରାବାଦରୁ ଛାଡିବ।
ଟ୍ରେନ ନମ୍ବର ୦୭୧୬୬ ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ 29.10.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି ୨୨:୩୦ ଘଣ୍ଟାରେ ଭୁବନେଶ୍ୱର ନୂଆରୁ ଛାଡିବ।
ରହଣି ସ୍ଥଳ (ଉଭୟ ପଟୁ)
ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:
ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର, ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍ |
କୋଚ୍ ସଂରଚନା: ଏହି ଟ୍ରେନରେ ୦୪ ଟି ୨ୟ ଶ୍ରେଣୀ ଏସି କୋଚ , ୦୮ ଟି ତୃତୀୟ ଶ୍ରେଣୀ ଏସି କୋଚ, ୦୬ ଟି ସ୍ଲିପର୍ ଶ୍ରେଣୀ କୋଚ, ୦୨ ଟି ଜେନେରାଲ୍ ଶ୍ରେଣୀ କୋଚ, ୦୨ ଟି ଲଗେଜ୍ କମ ଡିଭିଆଙ୍ଗଜାନ୍ କୋଚ୍ ଏବଂ ଜେନେରେଟର ମୋଟର କାର୍ ରହିବ।

Leave a Reply

Your email address will not be published. Required fields are marked *