କଟକ, ଆଜି 6 ଅକ୍ଟୋବର 2026,ସପ୍ତାହ ବ୍ୟାପୀ ଚାଲିଥିବା ଆଜି ଦ୍ୱିତୀୟ ଦିନରେ ଓଡ଼ିଶା ସୂଚନା ଅଧିକାର ଆଇନ (ଓଷା) ର ସମସ୍ତ ସଦସ୍ୟ କଟକ ଜିଲ୍ଲାପାଳ ଙ୍କ ଦପ୍ତର ଆଗରେ ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ ହେଇଥିଲେ।ଯାହା ସପ୍ତାହ ବ୍ୟାପି ସାରା ଓଡ଼ିଶାରେ ସବୁ ଜିଲ୍ଲାପାଳଙ୍କ ଦପ୍ତର ଆଗରେ ପ୍ରଦର୍ଶନ କରାଯାଉଛି। ଏହା ଆଗାମୀ ପିଢ଼ି ଆଉ ଯୁବ ସମାଜ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରେରଣ କରୁଛି ଯୁବ ସମାଜ ସଚେତନ ହେବା ପାଇଁ। କିଭଳି ଭାବରେ ପୂର୍ବ ସରକାର ସମୟରେ ଅନ୍ୟାୟ ଦୁର୍ନୀତି ଚାଲିଥିଲା ତାହା ଲୋକ ମାନଙ୍କୁ ଲିଫ ଲେଟ୍ ବଣ୍ଟା ଯାଇ ସଚେତନ କରାଯାଇଥିଲା। ଏହି ଅଭିଯାନରେ କଟକ ଜିଲ୍ଲାର ସମସ୍ତ ସୂଚନା ଅଧିକାର କର୍ମୀ,ଅନେକ ଓକିଲ, ବୁଦ୍ଧିଜୀବୀ, ଯୁବ ସମାଜ ସାମିଲ ହେଇଥିଲେ। ଏହି ଅଭିଯାନ ରେ କଟକ ଜିଲ୍ଲା କନଭେନର ଆଡଭୋକେଟ୍ ରଞ୍ଜିତ୍ ମଲିକ୍ , ଓଷା ର ରାଜ୍ୟ ଯୁଗ୍ମ ଆବାହକ ଶ୍ରୀକାନ୍ତ ପାକଳ ଏହି ଅଭିଯାନ କୁ ସଫଳ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏମାନଙ୍କ ସହିତ ଆଡଭୋକେଟ୍ ସିଦ୍ଧାର୍ଥ ଶଙ୍କର ସାମନ୍ତରାୟ,ବସନ୍ତ ଜେନା, ମାଧବ ଭୋଇ, ଗୁରୁ ମହାପାତ୍ର, ଜିତେନ୍ଦ୍ର ସାହୁ, ନବ ଦାସ, ପ୍ରତାପ ମହାନ୍ତି। ଏହି ଦୁର୍ନୀତି ବିରୋଧୀ ଯୋଦ୍ଧା ମାନେ ସାମିଲ ହେଇ ବିଭିନ୍ନ ଅଫିସରେ ବୁଲି ଲିଫ ଲେଟ୍ ବାଣ୍ଟି ସମସ୍ତଙ୍କୁ ସଚେତନ କରିଥିଲେ। ଓଷା ର ଏହି ସୁନ୍ଦର ଅଭିଯାନ ଆଉ ଯୁବ ସମାଜ ପାଇଁ ଯେଉଁ ପରିକଳ୍ପନା, ଯୁବ ପିଢ଼ିକୁ ସଚେତନ କରାଇବା ଏ ଯେଉଁ ଅଭିନବ ପ୍ରୟାସ ଦିର୍ଘ 21ବର୍ଷ ଧରି ଓଷା ର ଏ ଯେଉଁ ପ୍ରଚେଷ୍ଟା ବା ଉଦ୍ୟମ, ଜନସାଧାରଣ ମାନଙ୍କ ପାଇଁ ଏହା ଏକ ସଞ୍ଜିବନୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

