ତିହିଡି, ୦୯.୦୯: ଚାଷୀଙ୍କ ସୁବିଧା ଓ ଉନ୍ନତମାନର ଅମଳ ନିମନ୍ତେ ସାଳନ୍ଦି ନଦୀ କେଶପୁର ଠାରୁ ଦଶମୌଜା କେନାଲ ଖୋଳା ଯାଇଛି । ବିଭିନ୍ନ ପଞ୍ଚାୟତ ଅତିକ୍ରମ କରି ଶେଷରେ ସିନ୍ଦୋଳ-ଦୌଲତପୁର ପଞ୍ଚାୟତ ମଧ୍ୟମ ସ୍ଥଳ ବିନ୍ଧାଛକ ପର୍ଯ୍ୟନ୍ତ ଲମ୍ବିଛି । ଚଳିତ ବର୍ଷ ବୈତରଣୀ ଓ ସାଳନ୍ଦି ନଦୀରେ ଏକାଧିକ ଥର ବନ୍ୟା ଚାଷୀ କୂଳକୁ ଘାଇଲା କରି ସାରିଛି । ତେବେ ଯାହାବି ରହିଛି ତାକୁ ପାଣି ଯୋଗାଇବା ପାଇଁ ଦଶମୌଜା କେନାଲ ସକ୍ଷମ ହୋଇ ପାରୁନାହିଁ । ସିନ୍ଦୋଳ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଲାତି ଦଳ ଭର୍ତ୍ତି ହୋଇଛି । ଯାହା କେନାଲ ପାଣି ତଳକୁ ଯିବାରେ ବାଧା ସୃଷ୍ଟି ହେଉଛି । ଏଥିସହ କେତେକ ସ୍ଥାନରେ ଆଡିବନ୍ଧକୁ ଖାତିରି କେନାଳ ଘାଇରେ ଜଳ ପ୍ରବେଶ କରୁଛି । ଯାହା ଦ୍ୱାରା କେନାଲ ପାଣି ଶେଷ ଆଡକୁ ଯାଇ ପାରୁନାହିଁ । ଚାଷୀ ପାଣି ପାଇବାରୁ ବଞ୍ôଚତ ହେଉଛି । ପ୍ରଶାସନ ଏବଂ ବିଭାଗୀୟ ପଦାଧିକାରୀଙ୍କ ନିକଟରେ ବାରମ୍ବାର ହାରିଗୁହାରୀ କଲେ ମଧ୍ୟ ଫଳ ଶୂନ୍ । ଦଳ ସଫା କରିବା ସହିତ ଆଡିବନ୍ଧ ମରାମତି କରାଗଲେ ଏହି ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ପୂର୍ବତନ ସରପଞ୍ଚ ମୀନକେତନ ସେନାପତି, ବାଦଲ ସେନାପତି, ଅନିରୁଦ୍ଧ ବାରି, ଭାବାଗ୍ରାହୀ ମଲ୍ଲିକ, ଦିବାକର ବେହେରା, ଶାନ୍ତନୁ ସ୍ୱାଇଁ, ବନମାଳି ସାହୁ, କେଶବ ରାଉତ, ଗୋପବନ୍ଧୁ ସ୍ୱାଇଁ, ନିମାଇଁ ଚରଣ ମଲ୍ଲିକ, ଚକ୍ରଧର ନାୟକ, ଗୟାଧର ନାୟକ, କରୁଣାକର ନାୟକ, ଶଶିକାନ୍ତ ରାଉତ, ସୁରେନ୍ଦ୍ର ସାହୁ, ଗୋରାବାବୁ ସାହା ଓ ଅକ୍ଷୟ ମଲ୍ଲିକ ପ୍ରମୁଖ ଦାବୀ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

