ବାରଙ୍ଗ: ବାରଙ୍ଗ ତହସିଲ ଅଞ୍ଚଳରେ ବ୍ୟାପକ ଭାବରେ ବେଆଇନ ବାଲି ଚାଲାଣ ହେଉଥିବାର ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଅଭିଯୋଗ ଆଧାରରେ ଆଜି ବାରଙ୍ଗ ତହସିଲଦାର ଡ. ତୃଷାର ଜ୍ୟୋତି ରଞ୍ଜନ ତ୍ରିଶୂଳିଆ ବାରଙ୍ଗ ମୁଖ୍ୟରାସ୍ତାରେ ବେଆଇନ ବାଲି ବୋଝେଇ କରି ଯାଉଥିବା ଏକ ଟ୍ରାକ୍ଟର ଗାଡ଼ିକୁ ବଛିପୁର ଛକ ନିକଟରେ ଅଟକାଇଥିଲେ। ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ବାଲି ପରିବହନ କରିବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ପାରିନଥିଲେ। ତହସିଲଦାର ଟ୍ରାକ୍ଟର ଗାଡ଼ିଟିକୁ ଜବତ କରି ବାରଙ୍ଗ ଥାନା ପୋଲିସ ଜିମା ଦେଇଥିଲେ। ପରେ ଲଘୁ ଖଣିଜ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

