ତିହିଡି, ୦୪,୦୯: ଭଦ୍ରକ ଜିଲ୍ଲା ତିହିଡ଼ି ସୈନିକ ସ୍କୁଲ୍ ପରିସରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଭକ୍ତି, ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇ ଯାଇଛି । ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରା ଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆକର୍ଷଣୀୟ ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହାପରେ ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ କୁଇଜ୍, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରାଧା-କୃଷ୍ଣ ବେଶରେ ସଜିଥିବା ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଉତ୍ସବର ଆକର୍ଷଣ ବଢ଼ାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ପ୍ରାକ୍ତନ ଅଧ୍ୟାପକ ଡଃ ଲକ୍ଷ୍ମୀଧର ତ୍ରିପାଠୀ, ଚନ୍ଦ୍ରକାନ୍ତ ମହାନ୍ତି, ଅଜୟ ନାୟକ, ରଘୁନାଥ ପାତ୍ର, କମଳାକାନ୍ତ ଲେଙ୍କା, ଗିରିଜା ରମଣ ଜେନା, ରାଜାରାମ ମହାକୁଡ଼, ମନୋଜ ସେନାପତି, ଦେବେନ୍ଦ୍ର ମହାନ୍ତି,ଶ୍ରୀଯୁକ୍ତ ଜୟନ୍ତ ନାୟକ,ପ୍ରଦୀପ ସାହୁ,ରାଜେନ୍ଦ୍ର ଜେନା,ନିରାକାର ସେନାଫତି,ନିରଞ୍ଜନ ବାରିକ୍ ଓ ବିଦ୍ୟାଳୟ ସମ୍ପାଦକ ସୀତାକାନ୍ତ ନାୟକ ଉପସ୍ଥିତ ଥିଲେ । ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ଅମୂଲ୍ୟ ସେନାପତି, ବିଦ୍ୟାଳୟ ସହ-ସମ୍ପାଦକ ଯଯାତି କେଶରୀ ଦାସ ଓ ସୁରେଶ ନାୟକ ସୁଚାରୁରୂପେ ପରିଚାଳନା କରିଥିଲେ । ସରୋଜ ମହାନ୍ତି, ସିଲୁ ବେହେରା, ତପୁନୁ ପାଣି, ହରିଶ୍ଚନ୍ଦ୍ର ନାୟକ, ଅଜିତ୍ ଜେନା ଓ ନିଳାମ୍ବର ସେଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବିସ୍ମୟ ବିହାରୀ ସାହୁ ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

