ତିହିଡି, ୦୪,୦୯: ପବିତ୍ର ଜନ୍ମାଷ୍ଟମୀରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସନ୍ଥପୁରା ବଜାରରେ ନବ ନିର୍ମିତ ଯାଦବ ଭବନ ପ୍ରତିଷ୍ଟା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଉଦ୍ଘାଟକଭାବେ ଯୋଗଦେଇ ଯାଦବ ମହାସଭାର କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ନିଖିଳ ଓଡିଶା ଯାଦବ ମହାସଭା ପକ୍ଷରୁ ଆଞ୍ଚଳିକ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯିବ । ଏହି ଅବସରର କାର୍ଯ୍ୟାଳୟ ପରିସରରେ ଶ୍ରୀମଦ୍ ଭାଗବତ ଗୀତାବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି । ଏଥିସହ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ମୋଟ୍ ୧୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଯାଦବ ମହାସଭାର ଆଞ୍ଚଳିକ ସଭାପତି ନୃସିଂହ ମହାକୁଡଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାବରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତାନ ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମହାକୁଡ, ଯାଦବ ଭବନ ପାଇଁ ଭୂମିଦାନ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ତଥା ଯାଦବ ମହାସଭାର ପରାମର୍ଶଦାତା ରାମଚନ୍ଦ୍ର ବାରିକ, ମୃତ୍ୟୁଞ୍ଜୟ ପଣ୍ଡା, ଗଜେନ୍ଦ୍ର ବାରିକ, ରବିନ୍ଦ୍ର ଦାସ, ପ୍ରତାପ ମହାକୁଡ, ଦେବେନ୍ଦ୍ର ବାରିକ, ଉମାକାନ୍ତ ପରିଡା, ପୂର୍ଣ୍ଣଚନ୍ଦ୍ର ବାରିକ, ରମାକାନ୍ତ ବେହେରା, ଅମରେଶ ଦାସ, ଶଙ୍କର୍ଷଣ ଦାସ ଓ ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

