ଦେଢ଼ କିମି ରାସ୍ତା ଉପରେ ୨/୩ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ
:- ଯାତାୟତ ବାଧାପ୍ରାପ୍ତ
:- ଭାସିଗଲା କଂକ୍ରିଟ ରାସ୍ତା
:- ଘାଇରେ ପଡ଼ିଥିବା ଅସ୍ଥାୟୀ ଭାବେ ଵଲା ଓ ବାଲିବସ୍ତା ବୁଡିଲା
:- ପୁଣି ଘାଇ ହେବା ଆଶଙ୍କା
:- ଏନ୍ ଏଚ ବିଭାଗ ପକ୍ଷରୁ ଅସ୍ଥାୟୀ ମରାମତି ପାଇଁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ଅଟକ- ପୁଣି ପାଣିରେ ଭାସିଯିବ କୋଟି କୋଟି ଟଙ୍କା
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ସୋମବାର ଠାରୁ ତଳମୁଣ୍ଡରେ ଉଛୁଳିଲାଵାରେ ଲାଗିଛି ବୈତରଣୀ ନଦୀର ଜଳ।

ଏପରିକି ବୈତରଣୀ ନଦୀ ବୋଡକ ନିକଟରେ କୂଳ ଲଘିଂଵାରୁ ୨୦ ନମ୍ବର ଜାତୀୟ ରାଜପଥ ଉପରେ ପୁଣି ବନ୍ୟାପାଣି ଚାଲିଛି। ଦୀର୍ଘ ୧ମାସ ହେବ ବୈତରଣୀ ନଦୀରେ ଆସିଥିବା ୫ଥର ଵନ୍ୟାରେ ଧୋଇଯାଇଛି ଆଖଣ୍ଡଳମଣି- କୁଆଖିଆ ଜାତୀୟ ରାଜପଥର ଦେଢ଼ କିମି କଂକ୍ରିଟ ରାସ୍ତା। ଏଥିସହ ନଦୀକୁ ଲାଗିକରି ରାସ୍ତା ଥିବାରୁ କଂକ୍ରିଟ ଧୋଇଯିବା ଫଳରେ ୫ଶହ ଫୁଟର ଘାଇ ସୃଷ୍ଟି ହୋଇ ବନ୍ୟାପାଣି କ୍ଷେତ ଓ ଜନବସତି ଆଡ଼କୁ ମାଡ଼ି ଚାଲିଥିଲା। ଏହି ଘାଇ ଓ କଂକ୍ରିଟ ରାସ୍ତାର ପାଣିକୋଇଲି ଅଧିନ ଏନ୍ ଏଚ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଵୟଵରାଦ କରାଯାଇ ଅସ୍ଥାୟୀ ମରାମତି କରାଯାଉଥିଲେ ମଧ୍ୟ ବହୁ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ବରୁ ବାଲି, ମାଟି ଧୋଇଯାଇଥିବାରୁ ନଦୀର ବନ୍ୟାପାଣି ଏବେବି ଚାଲିଛି । ତାହାସହ ବୋଡକ ଖେଳ ପଡିଆ ଠାରୁ ଷାଠିବାଙ୍କୁଡା ନଦୀବନ୍ଧ ପ୍ରର୍ଯ୍ୟନ୍ତ ଅନେକ ସ୍ଥାନରେ କଂକ୍ରିଟ ରାସ୍ତା ବନ୍ୟା ପାଣିରେ ଭାଙ୍ଗି ଧୋଇ ଯାଇଥିବାରୁ ବଡ଼ବଡ଼ ଘାଇ ସୃଷ୍ଟି ହୋଇ ବନ୍ୟାପାଣି ମାଡ଼ି ଚାଲିଥିବାରୁ ଆରଡି ସମେତ ୨୪ ଗାଁରେ ଛାଡୁନି ବନ୍ୟାପାଣି। ଏବେଵି ବହୁ ଗାଁ ରାସ୍ତାରେ ୨/୩ଫୁଟ ଉଚ୍ଚରେ ବନ୍ୟାପାଣି ଚାଲୁଛି। ଏଥିସହ ୪ଟି ପଞ୍ଚାୟତର ୨୪ଟି ଗାଁର କ୍ଷେତରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ସମ୍ପୁର୍ଣ୍ଣ ଭାବେ ଉଜୁଡି ଯାଇଛି ଚାଷୀଙ୍କର ବର୍ଷକର ଆହାର । ବୋଡକ ନିକଟରେ ଏନ୍ ଏଚ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଵୟଵରାଦ କରାଯାଇ ଅସ୍ଥାୟୀ ଭାବେ ଘାଇ ମରାମତି କାମ ଚାଲିଥିଲେ ମଧ୍ୟ ବନ୍ୟାପାଣି ଅନେକ ସ୍ଥାନରେ ଚାଲୁଥିବାରୁ ପୁଣି ବନ୍ୟା ସ୍ଥିତି ଦେଖା ଦେଇଛି।

