ତିହିଡି଼ – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମୁରଲୀଧର ବାରିକଙ୍କର ସୋମବାର ରାତିରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା l ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଶ୍ରୀ ବାରିକ ରାଜନଗର ପଞ୍ଚାୟତ ଅଧୀନ ଖଡ଼ିଜାଣ ଗ୍ରାମର ସ୍ବର୍ଗତ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିଭକ୍ତ ରାଜନଗର ପଞ୍ଚାୟତରୁ ୧୯୭୪ ରୁ ୧୯୮୪ ପର୍ଯ୍ୟନ୍ତ ସରପଞ୍ଚ ପଦବୀରେ ରହି ଲୋକମାନଙ୍କର ସେବାକରି ପ୍ରିୟଭାଜନ ହୋଇଥିଲେ। ଗତ ତା ୦୯.୦୫. ୧୯୭୯ରିଖରୁ ତା ୩୧.୧୨.୮୦ରିଖ ପର୍ଯ୍ୟନ୍ତ ତିହିଡି ବ୍ଲକରେ ଅଧ୍ୟକ୍ଷ ପଦରେ ରହି ସୃଚାରୁ ରୃପେ କାର୍ଯ୍ୟ ସମ୍ପାଦନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଦକ୍ଷ ରାଜନେତା ଭାବେ ସୁପରିଚିତ ଥିଲେ l ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବୈରାଗୀ ଯେନାଙ୍କ ସହ କର୍ମୀଭାବେ ରହି ସ୍ଥାନୀୟ ଅଞ୍ଚଳର ବିକାଶର ଅଗ୍ରଗତି କରାଇଥିଲେ। ତାଙ୍କ ବିୟୋଗ ଖବର ପାଇ ଭାଜପା ଜିଲା ଉପସଭାପତି ଅଜୟ କୁମାର ନାୟକ, ଜାମଯୋଡ଼ି ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ଭାଟପଡ଼ା ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ସମିତି ସଭ୍ୟ ଦେବେନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ରାଜନଗର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସନାତନ ବାରିକ, ସୁବାଷ ସେଠୀ, ସୁଧାଂଶୁ ନାୟକ, ପୂର୍ବତନ ସମିତିସଭ୍ୟ ଶ୍ରୀଧର ନାୟକ, ମୁକ୍ତିକାନ୍ତ ନାୟକ, ଅନାଦି ବାରିକ, ବିଚିତ୍ର ବାରିକ, ବସନ୍ତ କୁମାର ନାୟକ, ସୁଶାନ୍ତ ସ୍ୱାଇଁ, ପ୍ରକାଶ ବିଶ୍ୱାଳ ଓ ଚୈତନ୍ୟ ସେଠୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରାଜନଗର ଓ ନରେନ୍ଦ୍ରପୁର ପଞ୍ଚାୟତରେ ପରିକ୍ରମା କରାଯିବା ସହ ତିହିଡି଼ ବ୍ଲକ କାର୍ଯ୍ୟାଳୟକୁ ନିଆ ଯାଇଥିଲା l ସେଠାରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ପୂର୍ବତନ ସମିତିସଭ୍ୟ କୈଳାସ ରାଉଳ, ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ ଓ ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପରେ ତାଙ୍କ ମରଶରୀରକୁ ତାଙ୍କ ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା। ବଡ଼ ପୁଅ ବସନ୍ତ କୁମାର ବାରିକ ମୁଖାଗ୍ନି ଦେଇଥିଲେ।ତାଙ୍କ ପରଲୋକ ଖବରପାଇ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ନେତା ଅଶୋକ ବଳ, ସମାଜସେବୀ ସତ୍ୟାନନ୍ଦ ରାଉତ, ସୁଦର୍ଶନ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

