ରାଜ୍ୟ

ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଆରମ୍ଭ

Spread the love

ଭୁବନେଶ୍ବର: ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବାଦ ଓ କନକ ନ୍ୟୁଜ୍ ବାର୍ଷିକ ଉତ୍ସବ ଅବସରରେ ଆଜି ସମଗ୍ର ରାଜ୍ୟରେ ୫୭୦ କେନ୍ଦ୍ରରେ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ୧୯ ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି। ସକାଳ ୧୦ ଠାରୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମରୁ ପଞ୍ଚମ ଚିତ୍ରାଙ୍କନ, ୬ରୁ ୮ମ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାସାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ଦେଉଛନ୍ତି।ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି।  ରାଜ୍ୟର ସମସ୍ତ ବ୍ଲକ୍‌ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ପ୍ରାୟ ୫୭୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଯେଉଁଥିରେ ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ମଧ୍ୟ ପଢ଼ୁଥିବା ବିଦ୍ୟାଳୟର ପରିଚୟପତ୍ର ଦେଖାଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *