ଦେଶ- ବିଦେଶ

ନିଜକୁ ନିଜେ ପ୍ରଶଂସାରେ ପୋତି ପକାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ତାଙ୍କ କହିବା କଥା ହେଲା ତାଙ୍କ ପ୍ରଶାସନ ଯେତେ ସଫଳ ପୂର୍ବରୁ ଅନ୍ୟ କୌଣସି ବି ପ୍ରଶାସନ ସେତିକି ସଫଳତା ପାଇପାରିନାହାନ୍ତି।

Spread the love

ୱାଶିଂଟନ୍‌: ନିଜକୁ ନିଜେ ପ୍ରଶଂସାରେ ପୋତି ପକାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ତାଙ୍କ କହିବା କଥା ହେଲା ତାଙ୍କ ପ୍ରଶାସନ ଯେତେ ସଫଳ ପୂର୍ବରୁ ଅନ୍ୟ କୌଣସି ବି ପ୍ରଶାସନ ସେତିକି ସଫଳତା ପାଇପାରିନାହାନ୍ତି। ଟ୍ରମ୍ପ୍‌ ଦାବି କରିଛନ୍ତି ‌ସେ ସାତ ମାସରୁ ଟିକେ ଅଧିକ ସମୟ ମଧ୍ୟରେ ୭ଟି ଯୁଦ୍ଧକୁ ରୋକି ପାରିଛନ୍ତି। ସେ ଗର୍ବ କରି କହିଛନ୍ତି, “ଆମେ ସାତ ମାସରେ ଯାହା କରିଛୁ, ସାତ ମାସରୁ ଟିକିଏ ଅଧିକ ସମୟ ମଧ୍ୟରେ କେହି ତାହା କରିନାହାଁନ୍ତି। ଯେତେବେଳେ ଆପଣ ଏହା ବିଷୟରେ ଚିନ୍ତା କରିବେ ତ ଜାଣିପାରିବେ ଯେ ଆମେ ସାତଟି ଯୁଦ୍ଧ ବନ୍ଦ କରିଦେଇଛୁ।”

ଟ୍ରମ୍ପ ହ୍ୱାଇଟ୍ ହାଉସର ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ରିପବ୍ଲିକାନ୍ ସାଂସଦମାନଙ୍କୁ ଆତିଥ୍ୟ ଦେବା ସମୟରେ ଏହି ମନ୍ତବ୍ୟ ଦେଇଥିଲେ। ଏହି ଅବସରରେ ସେ  ବୈଦେଶିକ ନୀତି ବିଜୟକୁ ତାଙ୍କର ବିସ୍ତାରିତ ଘରୋଇ ସୁରକ୍ଷା ଏଜେଣ୍ଡା ସହିତ ଯୋଡ଼ିଥିଲେ।

ଏହାଛଡ଼ା ପୋର୍ଟଲ୍ୟାଣ୍ଡ, ଚିକାଗୋ ଏବଂ ନ୍ୟୁ ଅର୍ଲିନ୍ସ ସମେତ ଅପରାଧ ବୃଦ୍ଧି ପାଉଥିବା ସହରଗୁଡ଼ିକରେ ସଂଘୀୟ ଶକ୍ତି ବ୍ୟବହାରକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଟ୍ରମ୍ପ୍‌ ତାଙ୍କ ଅଭିଭାଷଣରେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *