ଭାରତୀୟ ଜନତା ପାର୍ଟିର ସଦର ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ହର୍ସ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜେଲ ରୋଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଜାତୀୟ ପତାକା ଉତୋଳନ ସହିତ ଦେଶର ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରାଷ୍ଟ୍ରକୁ ଭଲପାଇବା ଏବଂ ଦେଶ ମାତୃକା ସେବା ପାଇଁ ତ୍ୟାଗ ବଳିଦାନ କରିବା ସମାଜର ପ୍ରତ୍ୟେକବର୍ଗର ନାଗରିକଙ୍କ ପରମ କର୍ତ୍ତବ୍ୟ ହେବା ଉଚିତ ବୋଲି ସେ ଏହି ଅବସରରେ କହିଥିଲେ । ସମସ୍ତେ ଜାତୀୟତା ଭାବରେ ଉଦବୁଦ୍ଧ ହୋଇ ରାଷ୍ଟ୍ରନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ନିଜ ଅଧିକାର ପାଇଁଁ ସମସ୍ତେ ତେିକି ଯତ୍ନବାନ ହୋଇଥାଅନ୍ତି ଠିକ୍ ସେହିପରି ରାଷ୍ଟ୍ର ପାଇଁ କର୍ତ୍ତବ୍ୟ ସମ୍ପାଦନ ପାଇଁ ଯତ୍ନଶୀଳ ହେବାକୁ ବିଧାୟକ ଶ୍ରୀ ଦତ୍ତ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଭଗବାନ ଗୁପ୍ତା, ସୁଷମା ବିଶ୍ୱାଳ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ଧିରଜ ମହାନ୍ତି, ଉପେନ୍ଦ୍ର ଶତପଥୀ, ରାଜେନ୍ଦ୍ର ଚାଟାର୍ଜି, ଆଶିଷ ଘୋଷ, କାର୍ତ୍ତିକ ରାଉତ, ଧୀରଜ ମହାନ୍ତି, ସଂଯୁକ୍ତା ମହାପାତ୍ର, ସୁଧାଂଶୁ ପଣ୍ଡା, କାହ୍ନୁ ମହାଳିକ, ବାବୁଲି ଧଳ, ନିତିନ ଦାସ, ରଞ୍ଜନ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

