ଲମତାପୁଟ: ପୋଖରୀରେ ବୁଡି ମହିଳା ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟର ଲମତାପୁଟ ଅଞ୍ଚଳରେ । ସବୁଦିନ ଭଳି ଶୌଚ ହେବାକୁ ଯାଇଥିଲେ ଲମତାପୁଟ ବ୍ଲକ କଡ୍ରିମାଳିପୁଟ ଗ୍ରାମର ଜନମତି ସୀସା । ପୋଖରୀରେ ଗୋଡ଼ ଖସି ଯିବାରୁ ଗଭୀର ପାଣିକୁ ଚାଲିଯାଇଥିଲେ । ଜନମତି ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ପୋଖରୀ କୂଳରେ ଚପଲ ପଡ଼ିଥିବା ଦେଖି ଲମତାପୁଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପୋଖରୀରୁ ଜନମତିଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ଟର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି କେଉଁ କାରଣରେ ମହିଳାଙ୍କ ମୃତ୍ୟୁ ହୋଇଛି ତଦନ୍ତ ଆରମ୍ଭ କରିଛି ।

