ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। 2ଦୀନ ସ୍କୁଲ ଛୁଟି। ତଳିଆ ଅଞ୍ଚଳବାସୀଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର, ପାନୀୟ ଜଳ ଓ ଗୋଖାଦ୍ୟର ପର୍ଯ୍ୟାପ୍ତ ମହଜୁଦ, ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖିବା ଏବଂ ନଦୀବନ୍ଧର ନିୟମିତ ତଦାରଖ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହି ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ କୁହାଯାଇଛି।



ଲଗାଣ ବର୍ଷା , ବଢୁଛି ନଦି ବନ୍ୟା
ଲଗାଣ ବର୍ଷା ପାଇଁ ବନ୍ୟା ଆଶଙ୍କା । ଭଦ୍ରକ ଜିଲ୍ଲା ରେ ସାଳନ୍ଦୀ ଓ ଏହାର ଶାଖା ନଦୀ ରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସାଳନ୍ଦି ନଦୀ ରେ ଗତ କାଲି ତିହିଡି ନିକଟ ଦେଉଳା ଠାରେ ଘାଇ ହୋଇଥିବା ବେଳେ ଏବେ ମଧ୍ୟ ଲଗାଣ ବର୍ଷା ସହର ତଳି ଅଞ୍ଚଳ ରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ସମାନ ଭାବେ ବୈତରଣୀ ନଦୀ ରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ 18.33 ମିଟର ରହିଥିବା ବେଳେ ସତର୍କ ସଙ୍କେତ 17.83 ମିଟର ରହିଛି । ସକାଳ 6 ସୁଦ୍ଧା 17.20 ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ଉପରମୁଣ୍ଡ ଅର୍ଥାତ୍ , କେଉଁଝର , ଆନନ୍ଦପୁର ଓ ମୟୂରଭଞ୍ଜ ରେ ବର୍ଷା ର ଅନୁପାତ ଉପରେ ନଜର ରଖିଛି ପ୍ରଶାସନ । ଏଥର ଲଗାଣ ବର୍ଷା ପାଇଁ ଚାଷ ଜମି ଗୁଡିକ ବିଶେଷ ପ୍ରଭାବିତ ହୋଇଛି ।

