ଯାଜପୁର ଟାଉନ : ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟର ରେକର୍ଡ ରୁମରେ ପଶିଲା ସାପ । କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ଏ ନେଇ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପ ଖୋଜା ଖୋଜି କରୁଛନ୍ତି। ୩ ଦିନ ପୂର୍ବରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପରିବେଶ ପରିଷ୍କାର ନ ରହୁ ଥିବା ହେତୁ ଆଜି ପୁଣି ରେକର୍ଡ ରୁମରେ ସାପ ପଶିବା ନେଇ ଆଶଙ୍କା କରାଯାଉଛି।

