ଭୁବନେଶ୍ୱର, ନିଖିଳ ଚେସ ସଂଘ ଆନୁକୂଲ୍ୟରେ ସ୍ଥାନୀୟ କୀଟ ବିଶ୍ୱନାଥନ ଆନନ୍ଦ ଅନ୍ତର୍ଜାତୀୟ ଚେସ ହଲ୍ଠାରେ ଅନୁଷ୍ଠିତ ୬୬ତମ ରାଜ୍ୟ ବରିଷ୍ଠ ରେଟେଡ୍ ଚେସ୍ ପ୍ରତିଯୋଗିତାର ଦ୍ୱିତୀୟ ଦିନ ଚତୁର୍ଥ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଆୟୁଷ୍ମାନ ମହାନ୍ତି,ଜଗଦୀଶ୍ ବାରିକ ଉଭୟ ପୁରୀ,ରାଜେନ୍ଦ୍ର! ସାହୁ,ସ୍ୱପ୍ନିଳ ପ୍ରିୟଦର୍ଶୀ ଉଭୟ ଖୋର୍ଦ୍ଧା, ଶିଧେଶ କାମିଲା ବାଲେଶ୍ୱର ଓ ଲଳିତ ରଞ୍ଜନ ସାହୁ କଟକ ପୂର୍ଣ୍ଣ ୪ ପଏଣ୍ଟ ସହ ମିଳିତ ଭାବେ ଟେବୁଲ ଶୀର୍ଷରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ପାଞ୍ଚ ଜଣ ଖେଳାଳି ମାତ୍ର ଅଧ ପଏଣ୍ଟ କମ୍ ବ୍ୟବଧାନରେ ମାନସ ରଞ୍ଜନ ପରିଡ଼ା, ସତ୍ୟମ୍ ମିଶ୍ର, ମନୀଷ ମିଶ୍ର, ଓମ୍ ଆଦିତ୍ୟ ଖାଡ଼ଙ୍ଗା,ସମସ୍ତେ ଖୋର୍ଦ୍ଧା ଓ ଅଦ୍ ଭିକ ଆଦିତ୍ୟ ସ୍ୱାଇଁ କଟକ ଚାରି ରାଉଣ୍ଡ ରୁ ସାଢ଼େ ତିନି ପଏଣ୍ଟ ହାସଲ କରି ମିଳିତ ଭାବେ ପରବର୍ତ୍ତୀ ରାଉଣ୍ଡରେ କଡ଼ା ଟକର ଦେଉଛନ୍ତି।
କୀଟ ଓ କିସ୍ , ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଆସନ୍ତା ୫ ଦିନ ଧରି ଅନୁଷ୍ଠିତ ଏହି ୯ ରାଉଣ୍ଡ ବିଶିଷ୍ଟ ଚେସ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ଦିନରେ ପ୍ରଥମ ଟେବୁଲରେ ପୁରୀର ଆଶୁଷ୍ମାନ ମହାନ୍ତି, ଖୋର୍ଦ୍ଧାର ଆରିନ୍ ଅନ୍ଵେଶ ସ୍ୱାଇଁଙ୍କ ପିରକ ଡିଫେନ୍ସ ବିପକ୍ଷରେ ଧଳା ଦାନରେ ଅପଜିଟ୍ ସାଇଡ୍ କାଶଲିଙ୍ଗ କରି ବ୍ଲାକର ରାଜା ପଟେ ଏକ ପନ ସାକ୍ରିଫାଇସ କରି ଜୋରଦାର ଆକ୍ରମଣ କରି ମାତ୍ର ୨୮ଟି ଚାଲରେ ଖେଳକୁ ନିଜ ସପକ୍ଷରେ ନେଇଥିଲେ। ସେହିପରି ୨ୟ ଟେବୁଲରେ ପୂର୍ବତନ ରାଜ୍ୟ ଚମ୍ପିୟାନ ଗଜପତିର ବଡ଼ ମୁଣ୍ଡି ତପନକୁ ରାଜେନ୍ଦ୍ର କୁମାର ସାହୁ କାଟାଲିଆନ୍ ଓପନିଙ୍ଗରେ ୫୦ଟି ଚାଲରେ ହରାଇ ବାଜି ମାତ କରିଥିବା ବେଳେ ୩ୟ ଟେବୁଲରେ ଜଗଦୀଶ ବାରିକ୍ କଳା ଦାନ ନେଇ ଫ୍ରେଞ୍ଚ୍ ଡିଫେନ୍ସରେ ଖୋର୍ଦ୍ଧାର ସାର୍ଥକ ମହାନ୍ତିଙ୍କୁ ୩୭ଟି ଚାଲରେ ଏକ ରୁକ୍ ଓ କୁଇନ୍ ମାଧ୍ୟମରେ ଜିତିଥିଲେ। ସେହିପରି ୪ର୍ଥ ବୋର୍ଡରେ ରାୟଗଡ଼ାର ଫକୀର ମାଝିଙ୍କୁ ସିଦ୍ଧେଶ କାମାଲିଆ, ବାଲେଶ୍ୱର କୁଇନ୍ ଗାମ୍ବିଟ ଡି କ୍ଲାଇନ୍ ଓପନିଙ୍ଗରେ ମଧ୍ୟ ଭାଗରେ ଚମତ୍କାର ଗୋଟି ଚାଳନା କରି ବିଜୟ ହାସଲ କରିଥିଲେ। ୫ମ ବୋର୍ଡରେ ସ୍ୱପ୍ନିଳ ପ୍ରିୟଦର୍ଶୀ ପେଟ୍ରୋଫ ଡିଫେନ୍ସରେ ୫୧ଟି ଚାଲରେ ସ୍ନେହାଯୁକ୍ତ ବେହେରା ଗଞ୍ଜାମଙ୍କୁ ପରାସ୍ତ କରିଥିଲେ। ସେହିପରି ଲଳିତ ରଞ୍ଜନ ସାହୁ ଏକ କୌଶଳ ପୂର୍ଣ୍ଣ ବାଜିରେ ଖୋର୍ଦ୍ଧାର ଖେତ୍ରବର୍ ମାଝୀଙ୍କୁ ପରାସ୍ତ କରିଥିବା ବେଳେ ଷଷ୍ଠ ଟେବୁଲରେ ପୂର୍ବତନ ରାଜ୍ୟ ଚମ୍ପିୟାନ ମାନସ ପରିଡ଼ା ଓ ସତ୍ୟମ ସର୍ବୋଜିତ ମିଶ୍ର ମଧ୍ୟରେ ରେଟି ସିମେଣ୍ଟିକାଲ ଓପନିଙ୍ଗରେ ଏକ କଡ଼ା ସଂଘର୍ଷ ମୁକାବିଲାରେ ନାଇଟ ଓ ବିଶପ ଖେଳରେ ପ୍ରାୟ ୧୨୦ଟି ଚାଲ ଉଭୟ ଉଭୟଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କଲାପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଉଭୟ ଶାନ୍ତି ଚୁକ୍ତି କରି ଖେଳକୁ ଅମିମାଂଶିତ ରଖି ପଏଣ୍ଟ ଭାଗ କରିଥିଲେ। ଛବିଶ ଜଣ ଖେଳାଳି ତିନି ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ନିଖିଳ ଓଡ଼ିଶା ଚେସ ସଂଘ ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ ଓ ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆରବିଟର ନିହାର ରଞ୍ଜନ ସାମଲ ଓ ପିଙ୍କି ମହାପାତ୍ର ଙ୍କ ନେତୃତ୍ୱରେ ଜାତୀୟ ସିନିୟର ଆରବିଟର ଅନିକେତ ଧାନି (ବୌଧ), ବିକ୍ରମ ବିଶ୍ୱାଳ, ମାନସ ରଞ୍ଜନ ପଟ୍ଟନାୟକ, ଗୌରହରି ମହାପାତ୍ର, ଓ ବିସ୍ମିତା ସ୍ୱାଇଁ ,ଲଲାଟ ସାମଲ ପରିଚାଳନା କରୁଛନ୍ତି।

