୧୯୯୯ ମସିହା ଜୁଲାଇ ୨୬ ତାରିଖରେ କାର୍ଗିଲ ଉପରେ ଭାରତୀୟ ସେନା ନିଜର କର୍ତୃତ ପୁନ୍ୟ ଜାହିର କରିଥିଲେ ।

ଦୀର୍ଘ ୨୨ ବର୍ଷ ତଳେ ଭାରତୀୟ ଯବାନମାନେ ପାକିସ୍ତାନର ସେନା ବାହିନୀର ଅନୁପ୍ରବେଶକୁ ରୋକିବା ପାଇଁ କାର୍ଗିଲ ସମେତ ଦ୍ରାସ୍ , ଟାଇଗର ହିଲ୍ ଭଳି ବିଭିନ୍ନ ସାମରିକ ଘାଟି ଗୁଡ଼ିକୁ ପାକିସ୍ତାନ ଯବାନଙ୍କ କବଳରୁ ମୁକ୍ତ କରିଥିଲେ। ଦୀର୍ଘ ଦେଢ଼ ମାସର ସଂଘର୍ଷ ପରେ ଭାରତୀୟ ସେନା ବାହିନୀ ଏହି ସବୁ ସାମରିକ ଘାଟି ଗୁଡ଼ିକୁ ପୁର୍ଣ୍ଣ ଅକ୍ତିଆର କରିଥିଲା । ଏହି ବିଜୟ ଦିବସକୁ ସ୍ମରଣ କରି ୨୬ ତାରିଖ ରବିବାର ସଂଧ୍ୟାରେ ମହମବତୀ ଜଳାଇ ବୀରଗତି ପ୍ରାପ୍ତ ହୋଇଥିବା ସହୀଦ ଯବାନ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ବାଲେଶ୍ୱର ନଗର ବିଜେପି ତରଫରୁ ଏକ କ୍ୟାଣ୍ଡେଲ ଯାତ୍ରା ଆୟୋଜନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ଝାଡ଼େଶ୍ୱର ମଣ୍ଡଳ ଯୁବମୋର୍ଚା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଅଧକ୍ଷୟତlରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଝାଡ଼େଶ୍ୱର ମଣ୍ଡଳର ସଭାପତି ସୁଧାଂଶୁ ଶେଖର ପଣ୍ଡା, ଏବଂ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଦାଶ, ରାଜେନ୍ଦ୍ର ଚାଟାର୍ଜି ଉପସ୍ଥିତ ଥିଲେ, ବରିଷ୍ଠ ନେତୃତ୍ୱ ତଥା ଲୋକନାଥ ଭୂୟାଁ, ରଞ୍ଜନ ଦାସ, ମନୋରଞ୍ଜନ ନନ୍ଦୀ, ବାବୁଲି ଧଳ, ଦେବାଶିଷ ସିଂ, ସନ୍ତୋଷ ଦେ, ସନ୍ତୋଷ ସେଠି, ଉପେନ୍ଦ୍ର ସାଥପଥି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, ଶୁଭମ ପରିଡା, ଶକ୍ତି ଶଙ୍କର ପାଣିଗ୍ରାହୀ, ଅଭିଷେକ ପଣ୍ଡା, ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ଏହି କାର୍ଯ୍ୟକ୍ରମ କ୍ରମକୁ ଝାଡ଼େଶ୍ୱର ଯୁବମୋର୍ଚାର ସାଧାରଣ ସମ୍ପାଦକ ସୌରଭ ଚୌଧୁରୀ, ଜ୍ୟୋତିରଞ୍ଜନ ବ୍ରହ୍ମl,ବିକାଶ ବେହେରା, ଜଗନ୍ନାଥ ହେମ୍ବ୍ରମ, ପ୍ରକାଶ ମହାନ୍ତି, ରାଜେନ୍ଦ୍ର ନାଥ, ଆଶୁତୋଷ ସାହା, ମନୀଷ ସାହା, ଶୁଭ୍ରାଂଶୁ ଶେଖର, ବବଲୁ ଦାସ, ସହଯୋଗ କରିଥିଲେ ଏଥିସହିତ ଦିବଂଙ୍ଗତ ସହିଦ ପତ୍ନୀ ସୁମିତ୍ରା ପରିଡା ମହିଳା ମଣ୍ଡଳ ସଭାପତି ସସ୍ମିତା ଦାଶ, ପଦ୍ମିନୀ ଅଧିକାରୀ, ଦିବ୍ୟାଭାରତୀ ଜେନା ଉପସ୍ଥିତ ରହି ସହିଦ ମାନଙଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

