ପାପଡାହାଣ୍ଡି: ୨୭.୭.୨୦୨୬ :ପାପଡାହାଣ୍ଡି ମା’ ବୁଢ଼ୀ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଭାରତୀୟ ରେଡକ୍ରସ ସୋସାଇଟି, ନବରଙ୍ଗପୁର ଜିଲ୍ଲା ଶାଖାକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ସଂଘର ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ଗୌତମ ଆଗ୍ରୱାଲ ଓ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ପ୍ରମୁଖ ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ଅର୍ଥ ରାଶି ପ୍ରଦାନ କରିଥିଲେ।

ଏହି ସମୟରେ ଉପବିଭାଗୀୟ ଅଧିକାରୀ ତ୍ରିପତି ବାଲାଜୀ ସାହୁ, ରାଜସ୍ୱ ପରିଦର୍ଶକ ମହମ୍ମଦ ଜାଭେଦ ଆକତରଙ୍କ ସମେତ ରଶ୍ମିତା ଯାନୀ, ବବିତା ପଟ୍ଟନାୟକ, ପ୍ରଶମିତା ନାୟକ, ପୂଜା ପଟ୍ଟନାୟକ, କ୍ରିଷ୍ଣା ଭତ୍ରା, ରୋଶନ ପରିଡ଼ା ଓ ନୂତନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି, ଭାରତୀୟ ରେଡକ୍ରସ ସୋସାଇଟି ପାଣ୍ଠି ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ଅତ୍ୟନ୍ତ ଗରିବ ଓ ଅସହାୟ ଲୋକମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥାଏ। ଏହି ମାନବିକ ପ୍ରୟାସ ପାଇଁ ପାପଡାହାଣ୍ଡି ମା’ ବୁଢ଼ୀ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘର ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
।

