ତିହିଡି – କେକ କାଟି ନୁହେଁ, ବରଂ ରକ୍ତଦାନ ଶିବିର ଟିଏ ଆୟୋଜନ କରି ନିଜ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି ଭଦ୍ରକ ଜିଲ୍ଲା ପୀରହାଟ ପ୍ରଦେଶ ସେବା ସଂଗଠନର ଉପ ସଭାପତି ସୁଶାନ୍ତ ଦାସଙ୍କ ଝିଅ ନିର୍ଝରିଣୀ ଦାସ । ସମାଜସେବା ପ୍ରତି ସୁଶାନ୍ତଙ୍କ ଏହି ମହାନ ଚିନ୍ତାଧାରା ଓ ମାନବିକ ପଦକ୍ଷେପ ନିଶ୍ଚିତ ଭାବେ ଯୁବପିଢ଼ି ପାଇଁ ପ୍ରେରଣା ଦାୟକ। ରକ୍ତଦାନ ଭଳି ମହାନ ଦାନ ମାଧ୍ୟମରେ ସେ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବାର ବାର୍ତ୍ତା ଦେଇଛନ୍ତି। ରବିବାର ସକାଳେ ପୀରହାଟ ମେଡିକାଲ ପରିସରରେ ଉକ୍ତ ରକ୍ତଦାନ ଶିବିରକୁ ପୀରହାଟ ମେଡିକାଲର ଡାକ୍ତର ସୁଦୀପ୍ତ ପ୍ରଧାନ ଉଦ୍ଘାଟନ କରିଥିଲେ । ପ୍ରତିକୂଳ ପରିବେଶ ସତ୍ତ୍ଵେ ମଧ୍ୟ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଆୟୋଜିତ ଏହି ଶିବିରକୁ ଅନେକ ସ୍ୱେଚ୍ଛାକୃତ ରକ୍ତଦାତା ଆସି ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ଭଦ୍ରକ ରେଡ଼କ୍ରସ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ରଂଜନ ମିଶ୍ର, ସମ୍ପାଦୀକା ସୁଭଦ୍ରା ଭାରତୀ, କୋଷାଦକ୍ଷ ବସୁଶ୍ରୀ ଅର୍ତ୍ତବଲ୍ଲଭ ବାରିକ, ଉପଦେଷ୍ଟା ଧ୍ରୁବ ଚରଣ ପାଣିଗ୍ରାହୀ, ପ୍ରଭାତ ରାଉଳ, ଆଲୋକ ବିକାଶ ପ୍ରିୟଦର୍ଶୀ, ବାସନ୍ତୀ ବାରିକ, ସଞ୍ଜୟ ବିର, ସୁନିଲ ରାଉତ, ଅକ୍ଷୟ ରଣା, କବି ମୁକୁନ୍ଦଦେବ ନାୟକ, ଗୋଲେକ ବିହାରୀ ସେଠୀ, ମାନସ ସାହୁ, ଗଣେଶ ପାଢ଼ୀ, ପ୍ରକାଶ ବେହେରା, ମନୋରଞ୍ଜନ ବେହେରା, ଚନ୍ଦନ ପାଣିଗ୍ରାହୀ, ଶିବୁନୁ ମହାକୁଡ଼, ପ୍ରକାଶ ଦାସ ଓ ନରେନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏମିତି ନିଆରା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଓ ବୁଦ୍ଧିଜିବୀମାନଙ୍କ ପକ୍ଷରୁ ଭୁୟସୀ ପ୍ରଶପ୍ରଶଂସାତ୍ମକ ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

