ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ କୁସୁମିଆ ଅଙ୍ଗନବାଡି କେନ୍ଦ୍ରରେ ପୁନଃ ନିଯୁକ୍ତିକୁ ନେଇ ବିବାଦ ତୀବ୍ର ହୋଇଛି । ପୁନଃ ନିଯୁକ୍ତି ଦାବୀରେ ଅଙ୍ଗନବାଡିରେ ତାଲା । ତୁଟୁନି ବିବାଦ, ଅଙ୍ଗନବାଡିରେ ପଡିଛି ତାଲା। ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ବ୍ଲକ କୁସୁମିଆ ଅଙ୍ଗନବାଡିରେ ତାଲା ପଡିଛି । ଏହି କେନ୍ଦ୍ରରେ ପୂର୍ବରୁ ଥିବା ରୋଷେୟା କବିତା ସିଂଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ଝିଅ କଲ୍ୟାଣୀ ସିଂ ଦାୟିତ୍ୱ ନିର୍ବାହ କରୁଥିଲେ।
କିନ୍ତୁ ତାଙ୍କୁ ଆଇସିଡ଼ିଏସ ପକ୍ଷରୁ ବାହାର କରି ଦିଆଯାଇଛି । ପରେ ଆବେଦନ ପରେ ପୁନଃ ନିଯୁକ୍ତି ଦିଆଯିବ ବୋଲି କହିଥିଲେ। ହେଲେ ଅନ୍ୟ ଜଣେ ଯୁବତୀଙ୍କୁ ନିଯୁକ୍ତି ଦିଆ ଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହାକୁ ପ୍ରତିବାଦ କରି ଆଜିକୁ ୪ ଦିନ ହେବ ଅଙ୍ଗନବାଡିରେ ତାଲା ପକାଇଛନ୍ତି । ଏପରିକି କଲ୍ୟାଣୀଙ୍କୁ ନିଯୁକ୍ତି ନ ମିଳିଲେ ଆନ୍ଦୋଳନ ତୀବ୍ରତର ହେଵବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି!

