
ଲଗାଣ ବର୍ଷା ପ୍ରଭାବରେ ଧାମନଗର ଅଞ୍ଚଳର ରେବ ଓ କପାଳି ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀ ଦୁଇଟି ଫୁଲିବା ସହ ବନ୍ୟା ଜଳ ବିଭିନ୍ନ ଗ୍ରାମ ଓ ଚାଷଜମିରେ ପ୍ରବେଶ କରିଛି। କୋଠାର-ଅସୁରାଳୀ ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ବ୍ୟାହତ ହୋଇଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ବନ୍ୟା ପ୍ରଭାବରେ ଧାମନଗର ବ୍ଲକର ଭଗବାନପୁର, କୋଠାର, ଅସୁରାଳୀ, ଗଡ଼ିଆଆଳି, ଫତେପୁର ଓ କାଶିମପୁର ପଞ୍ଚାୟତର ପ୍ରାୟ ୩୦ରୁ ଉର୍ଦ୍ଧ ଗାଁର ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଅନେକ ସ୍କୁଲରେ ବନ୍ୟା ଜଳ ପସିଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ ସମସ୍ୟା ସୃଷ୍ଚି ହୋଇଛି।

ଅନେକ ସ୍ଥାନରେ ବିସ୍ତୃତ ଚାଷଜମି ଜଳମଗ୍ନ ହୋଇ ଧାନ ତଳି ନଷ୍ଟ ହୋଇଥିବା ବେଳେ ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଜଳ ପ୍ରବେଶ ଆରମ୍ଭ ହୋଇଛି। ଫଳରେ ଗ୍ରାମବାସୀମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ରହିଛନ୍ତି।

ଅନ୍ୟପକ୍ଷରେ କୋଠାର-ଅସୁରାଳୀ ରାସ୍ତା ଉପରେ ବନ୍ୟା ଜଳ ଚାଲୁଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଜଳସ୍ତର ଆହୁରି ବୃଦ୍ଧି ପାଇଲେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଥିବା ବେଳେ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରେବ ଓ କପାଳି ନଦୀର ଜଳସ୍ତର ଆହୁରି ବଢ଼ିଲେ ଧାମନଗର ଅଞ୍ଚଳରେ ବନ୍ୟା ସ୍ଥିତି ଉତ୍କଟ ରୂପ ନେବାର ଆଶଙ୍କା ସୃଷ୍ଟି

