ନୀଳଗିରି,ତା,୧୮/୦୭-
କୁଳଢ଼ୀଆ ବନ ବିଭାଗ ର କୁଲଡିହା ଅଭୟରଣ୍ୟ ରେ ଅବାଧ ପଶୁ ଶିକାର ଚାଲି ଥିବା ଖବର ପାଇ ଡିଭିଜନାଲ ଫରେଷ୍ଟ ଅଫିସର ପ୍ରତୀକ ପ୍ରକାଶ ଇନ୍ଦଲକର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ କୁଲଡିହା ରେଞ୍ଜ ଫରେଷ୍ଟର ଇନଚାର୍ଜ ସୌମ୍ୟ ରଞ୍ଜନ ମାଝୀ ଙ୍କ ହେତୃତ୍ୱ ରେ ବରହମପୁର ଥାନା ଅନ୍ତର୍ଗତ ବେତ କଟା (ନଟାପଡା )ଗ୍ରାମ ର ସ୍ୱର୍ଗତ ମୋଟୁ ହେମ୍ବ୍ରମ ଙ୍କ ପୁତ୍ର ପିଠ ହେମ୍ବ୍ରମ ଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ବନ ବିଭାଗ ର ଚଢ଼ାଉ ବେଳେ ଏକ ଏସ ବି ବି ଏଲ ବନ୍ଧୁକ ବ୍ୟାରେଲ, ଦୁଇଟି ମୃତ ହରିଣ ଙ୍କ ଶିଙ୍ଗ ,ଆଠ ବଂଡଲ ତାର, ଜବତ ହୋଇଥିବା ଖବର ମିଳିଛି।

ବନ ବିଭାଗ ଏ ସବୁ ସାମଗ୍ରୀ ଜବତ କରି ପିଠ ହେମ୍ବ୍ରମ କୁ ଗିରଫ କରି କୁଲଡିହା ବନ ବିଭାଗ ର ରେଞ୍ଜ ଅଫିସ ରେ ଅଧିକ ପଚରା ଉଚୁରା କରୁଛି। ପିଠ ହେମ୍ବ୍ରମ କେଉଁଠୁ ବନ୍ଧୁକ ଆଣିଲା ଓ କୁଲଡିହା ଜଙ୍ଗଲ ରେ ସେ ଓ ତାର କେଉଁ କେଉଁ ସହଯୋଗୀ ମାନେ ନିୟମିତ ବନ୍ୟ ପ୍ରାଣୀ କେଵେ ଠାରୁ ଶିକାର କରି ଆସୁଛନ୍ତି ସେ ସମ୍ପର୍କରେ ଜେରା କରାଯାଉଛି। ପିଠ ହେମ୍ବ୍ରମ ବିରୋଧ ରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ବଳ ରେ ଓ . ଆର ମାମଲା କ୍ରମିକ ସଂଖ୍ୟା ୦୩/୨୬/୨୭ମୂଳେ ଏକ ମାମଲା ରୁଜ୍ଜୁ କରାଯାଇଛି।

