March 14, 2026

Connect with Us

Social menu is not set. You need to create menu and assign it to Social Menu on Menu Settings.

Pramad News Papaer

ଆଜିଠୁ ମହଙ୍ଗା ହେଲା ରେଳ ଭଡ଼ା । ରେଳବାଇର ବଢୁଥିବା ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ରେନ ଭଡ଼ା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ଅଡିନାରୀ କ୍ଲାସରେ ୨୧୫ କିମିରୁ କମ୍ ଦୂରତାର ରେଳଯାତ୍ରା ପାଇଁ ଭଡ଼ା ଅପରିବର୍ତ୍ତିତ ରହିଛି ।  ୨୧୫ରୁ ଅଧିକ କିମି ଯାତ୍ରା କଲେ କିଲୋମିଟର ପିଛା ଏକ ପଇସା ବୃଦ୍ଧି ହୋଇଛି । ମେଲ– ଏକ୍ସପ୍ରେସ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି କରାଯାଇଛି ।  ସମସ୍ତ ଟ୍ରେନର ଏସି କୋଚ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି ହୋଇଛି । ତେବେ ଯଦି ମେଲ କିମ୍ବା ଏକ୍ସପ୍ରେସ ଟ୍ରେନର ନନ ଏସି କୋଚରେ ୫ଶହ କିମିରୁ ଅଧିକ ଦୂର ଯାତ୍ରା କରୁଥାନ୍ତି ସେଠାରେ ୧୦ଟଙ୍କା ଅଧିକ ଦେବାକୁ ପଡ଼ିବ । ଭଡ଼ା ବଢିବା ଦ୍ବାରା ଲମ୍ବା ଦୂରତା ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏଣିକି ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଲୋକାଲ ଟ୍ରେନ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ ।  ମାସିକ ପାସ ଦର ମଧ୍ୟ ଅପରିବର୍ତ୍ତିତ ରହିଛି ।  ଟ୍ରେନ ଟିକେଟ ଦାମ ବୃଦ୍ଧି ନିଷ୍ପତ୍ତି ପରେ ଯାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।  ରେଳବାଇ କର୍ମଚାରୀଙ୍କ ଦରମା ଓ ପେନସନ ବାବଦ ହେଉଥିବା ଖର୍ଚ୍ଚକୁ ଭରଣା କରିବାକୁ ରେଳ ଭଡ଼ା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ଭାରତରେ ରେଳ କର୍ମଚାରୀଙ୍କ ଦରମା ବାବଦରେ ୧୧ଲକ୍ଷ ୫୦ହଜାର କୋଟି ଓ ପେନସନ ବାବଦରେ ୬୦ହଜାର କୋଟି ଖର୍ଚ୍ଚ ହୋଇଥାଏ ।  ରେଳ ଭଡ଼ା ବୃଦ୍ଧି ଦ୍ବାରା ରେଳବାଇକୁ ୬ଶହ କୋଟିର ରାଜସ୍ବ ମିଳିବ ।  ୨୦୨୫ରେ ଏହା ରେଳଭଡ଼ାରେ ଦ୍ବିତୀୟ ଥର ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ମାସରେ ମଧ୍ୟ ରେଳଭଡ଼ା ସାମାନ୍ୟ ବୃଦ୍ଧି ହୋଇଥିଲା ।
ଭୁବନେଶ୍ବର: କୋରେଇର ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଭୁବନେଶ୍ୱରରେ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା । ସୂଚନା ଅନୁଯାଇ ଶ୍ରୀମତୀ ମହାନ୍ତି ଗତ କିଛିଦିନ...
ମାଲକାନଗିରି: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ।  ମାଲକାନଗିରି ସଦର ମହକୁମା ବ୍ଲକ ଜେଇ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍ ।  ଆୟ...
ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସମେତ ଦେଶର ଉତ୍ତର ରାଜ୍ୟଗୁଡ଼ିକରେ ଘନ କୁହୁଡ଼ି ଏକ ପ୍ରମୁଖ ସମସ୍ୟାର କାରଣ ପାଲଟିଛି ।...
ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ । ...
ମାଲକାନଗିରି: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ।  ମାଲକାନଗିରି ସଦର ମହକୁମା ବ୍ଲକ ଜେଇ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍ ।  ଆୟ...
ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ବିଜେପି ପକ୍ଷରୁ ଅଟଳ ସ୍ମୃତି ସମ୍ମୀଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି...